28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆସନ୍ତା କାଲି ଭାରତ ବନ୍ଦ; ସଡକ ଓ ରେଳ ପଥ ଉପରେ କେମିତି ପଡିବ ପ୍ରଭାବ

ଆସନ୍ତା କାଲି ଭାରତ ବନ୍ଦ; ସଡକ ଓ ରେଳ ପଥ ଉପରେ କେମିତି ପଡିବ ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ ଘୋଷଣା କରାଯାଇଛି । ଏହି ଭାରତ ବନ୍ଦରେ ସମସ୍ତ ଚାଷୀ ସାମିଲ ହେବେ । ଏହା ମଧ୍ୟରେ ଦୋକାନ ବଜାର ଓ ସମସ୍ତ ବୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ । ତିନି କେନ୍ଦ୍ର କୃଷି ଆଇନକୁ ପ୍ରତ୍ୟାହାର ଦାବି ନେଇ ଅଡି ବସିଥିବା କୃଷକମାନେ କାଲି ପୁରା ଦେଶରେ ଭାରତ ବନ୍ଦ କରିବେ । ତେବେ ଏହି ବନ୍ଦରେ ବ୍ୟବସାୟୀ ସାମିଲ ହେବେ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି ।
୧୨ ଘଣ୍ଟା ଭାରତ ବନ୍ଦ ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଫଳରେ ଦୁଗ୍ଧ ଓ ଡାଏରୀ ଉତ୍ପାଦ ଡେଲିଭରି ନେଇ ସମସ୍ୟା ହୋଇପାରେ । ଭାରତ ବନ୍ଦ ସମୟରେ ରାସ୍ତା ଜାମ୍ ହେବ ନାହିଁ । ଫଳରେ ଯାତାୟାତ ସାମାନ୍ୟ ରହିବ । ଏହାଛଡା ରେଳ ମାର୍ଗ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ ନାହିଁ । ଫ୍ୟାକ୍ଟ୍ରି, କମ୍ପାନୀ ବନ୍ଦ ହେବ ନାହିଁ । ପେଟ୍ରୋଲ ପମ୍ପ, ମେଡିକାଲ ଷ୍ଟୋର, ଜେନେରାଲ ଷ୍ଟୋର ଓ ବହି ଦୋକାନ ବି ଏହା ମଧ୍ୟରେ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking