37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶନିଲମ୍ବନକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିବ ଡବ୍ଲ୍ୟୁଏଫ୍‌ଆଇ; ଜାନୁଆରୀ ୧୨ରେ କାର୍ଯ୍ୟକାରୀ କମିଟି ବୈଠକ

ନିଲମ୍ବନକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିବ ଡବ୍ଲ୍ୟୁଏଫ୍‌ଆଇ; ଜାନୁଆରୀ ୧୨ରେ କାର୍ଯ୍ୟକାରୀ କମିଟି ବୈଠକ

ପାନିପତ: ଭାରତରେ କୁସ୍ତି ବିବାଦ ଘନେଇବାରେ ଲାଗିଛି । ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫ୍‌ଆଇ)ର ନିଲମ୍ବିତ ପ୍ୟାନେଲ୍ ଓ ଆଡ୍‌-ହକ୍ (ତଦର୍ଥ) କମିଟି ମୁହାଁମୁହିଁ ହୋଇଛନ୍ତି । ଉଭୟ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ଆୟୋଜନ କରିବାକୁ ଚାହୁଁଛନ୍ତି । ଏହା ପହେଲମାନଙ୍କ ପାଇଁ ଅସମଞ୍ଜସ୍ୟ ସ୍ଥିତି ସୃଷ୍ଟି କରିଛି । ଏହା ସହିତ କ୍ରୀଡ଼ା ମନ୍ତ୍ରଣାଳୟର ସଂଘ ନିଲମ୍ବନ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିବେ ବୋଲି ଡବ୍‌ଲ୍ୟୁଏଫ୍‌ଆଇର ନିଲମ୍ବିତ ଅଧ୍ୟକ୍ଷ ସଞ୍ଜୟ ସିଂହ କହିଛନ୍ତି । ଏହା ସହିତ ଜାନୁଆରୀ ୧୬ରେ କାର୍ଯ୍ୟକାରୀ କମିଟି ବୈଠକ ହେବାର ଅଛି । ବୈଠକରେ ପ୍ୟାନେଲ୍ ପରବର୍ତ୍ତୀ ରଣନୀତିକୁ ନେଇ ଆଲୋଚନା କରିବ ।

ସେହିପରି ଏହି ବୈଠକରେ ବୟସ ବର୍ଗ ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍‌କୁ ନେଇ ଆଲୋଚନା ମଧ୍ୟ ହେବ । ଅନ୍ୟପକ୍ଷରେ ଫେବୃଆରୀ ୩ରେ ଜୟପୁରରେ ସିନିୟର ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ଏବଂ ଆସନ୍ତା ୬ ସପ୍ତାହ ମଧ୍ୟରେ ଗ୍ୱାଲିୟର୍‌ରେ ବୟସ ବର୍ଗ ଚାମ୍ପିଅନ୍‌ଶିପ୍ ଆୟୋଜନ ପାଇଁ ପୂର୍ବରୁ ଆଡ୍‌-ହକ୍ କମିଟି ଘୋଷଣା କରିସାରିଛି । ସଞ୍ଜୟ ସିଂହ କହିଛନ୍ତି, କଷ୍ଟକର ସମୟ ମଧ୍ୟରେ ସୁଚାରୁ ରୂପେ କାମ କରିବା ନିମନ୍ତେ ଆଡ୍‌-ହକ୍ କମଟି ଗଠନ କରିବା ଠିକ୍ ନୁହେଁ ।

ନିଲମ୍ବନକୁ ଆମେ ସ୍ୱୀକାର କରୁନାହୁଁ । କାରଣ ଆମ ନିର୍ବାଚନ ଗଣତାନ୍ତ୍ରିକ ଉପାୟରେ ହୋଇଛି । ଏହାକୁ ଆମେ କୋର୍ଟରେ ଚ୍ୟାଲେଞ୍ଜ୍ କରିବୁ । ଏ ସମ୍ପର୍କରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ପାଇଁ ୧୬ ତାରିଖରେ କାର୍ଯ୍ୟକାରୀ କମିଟି ବୈଠକ ଡକାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking