30.1 C
Bhubaneswar
Thursday, May 9, 2024
Homeନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ-୨୦୨୪ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

 ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର : ୧୮୯୬ ମସିହା ଜାନୁଆରୀ ୨୩ରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ଦେବୀ ଥିଲା । ଜାନକୀନାଥ ଭବନରେ ନେତାଜୀଙ୍କ ପିଲାଦିନ କଟିଥିବା ବେଳେ ରେଭେନ୍ସା କଲଜିଏଟ୍ ସ୍କୁଲରେ ସେ ପାଠପଢିଥିଲେ । ଛାତ୍ର ଜୀବନରୁ ହିଁ ସେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ଭାରତର ସ୍ୱାଧୀନତା ପାଇଁ ସବୁକିଛି ବଳିଦାନ ଦେଇଥିବା ବୀର ପୁତ୍ରଙ୍କ ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ । ଭାରତ ସରକାର ତାଙ୍କ ଜନ୍ମ ବାର୍ଷିକୀକୁ ସାହସିକତା ଦିବସ ଭାବେ ପାଳନ କରନ୍ତି । ନେତାଜୀଙ୍କୁ ବ୍ରିଟିଶ ସରକାରଙ୍କ ସବୁଠାରୁ ବଡ ଶତ୍ରୁ ଭାବରେ ବିବେଚନା କରାଯାଉଥିଲା । ୧୯୨୦ ମସିହାରେ ସେ ଆଇସିଏସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ହେଲେ ବ୍ରିଟିସ୍ ସରକାରଙ୍କୁ ବିରୋଧ କରି ସେ ଚାକିରି ଛାଡିଦେଇଥିଲେ । ପରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ନିଜର ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ । ଯାହାର ନାଁ ଥିଲା ଫରୱାର୍ଡ ବ୍ଲକ୍ । ଦ୍ୱିତୀୟ ବିଶ୍ୱ ଯୁ଼ଦ୍ଧ ସମୟରେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking