36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶରଣଜୀ ଟ୍ରଫି ନିୟମରେ ପରିବର୍ତ୍ତନ କଲା ବିସିସିଆଇ

ରଣଜୀ ଟ୍ରଫି ନିୟମରେ ପରିବର୍ତ୍ତନ କଲା ବିସିସିଆଇ

ମୁମ୍ବାଇ: ଘରୋଇ କ୍ରିକେଟ୍ ନିୟମରେ ବିସିସିଆଇ କେତେକ ପରିବର୍ତ୍ତନ କରିଛି । ଗତବର୍ଷ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ବେଳେ ‘ଡେଡ୍ ବଲ୍‌’ ଏବଂ ଗୋଟିଏ ଓଭର୍‌ରେ ଦୁଇଟି ବାଉନ୍ସର୍ ପକାଯିବା ନିୟମରେ ପରିବର୍ତ୍ତନ କରିଥିଲା । ଏବେ ଏହି ନିୟମ ଜାନୁଆରୀ ୫ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିର ନୂଆ ସେସନ୍‌ରେ ମଧ୍ୟ ଲାଗୁ ରହିବ । ଡେଡ୍ ବଲ୍ ନିୟମ ଅନୁସାରେ ଫିଲ୍ଡିଂ ଟିମ୍‌ର କୌଣସି ସଦସ୍ୟଙ୍କ ତ୍ରୁଟିପୂର୍ଣ୍ଣ ମୁଭ୍‌ମେଣ୍ଟ୍ କଲେ ବ୍ୟାଟିଂ ଟିମ୍‌କୁ ପେନାଲ୍ଟି ଭାବେ ୫ ରନ୍ ମିଳିବ ।

ସେହିପରି ବ୍ୟାଟର୍ ଯଦି ଶଟ୍ ମାରିଥିବେ ତେବେ ଏହା ମାନ୍ୟ ହେବ । ପୂର୍ବରୁ ଏହା ମାନ୍ୟ ହେଉନଥିଲା । ନୂଆ ନିୟମ ଅନୁସାରେ ଡେଡ୍ ବଲ୍ ୱାଇଡ୍ ଓ ନୋ-ବଲ୍ ହେଲେ ମଧ୍ୟ ଏଥିରେ ରନ୍ ମିଳିବ । ସେହିପରି ବୋଲିଂ ଏଣ୍ଡ୍‌ରେ ଥିବା ଅମ୍ପାୟାର୍ ଲେଗ୍ ଅମ୍ପାୟାର୍‌ଙ୍କ ସହିତ ଫିଲ୍ଡିଂ ଟିମ୍ କ୍ୟାପ୍‌ଟେନ୍ ଓ ବ୍ୟାଟର୍‌ଙ୍କୁ ଡେଡ୍ ବଲ୍‌ର କାରଣ ସମ୍ପର୍କରେ ଜଣାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking