25.1 C
Bhubaneswar
Saturday, January 4, 2025
Homeଦେଶ ବିଦେଶବାଙ୍କୁଡା ରାଲିରେ ଏମିତି କହିଲେ ମମତା

ବାଙ୍କୁଡା ରାଲିରେ ଏମିତି କହିଲେ ମମତା

ନୂଆଦିଲ୍ଲୀ: ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବାଙ୍କୁଡାରେ ଏକ ଜନସଭାକୁ ସମ୍ବୋଧ୍ଖଚ୍ଛ କରିବା ସମୟରେ କହିଛନ୍ତି, କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ନିଷ୍ପକ୍ଷ କାମ କରିବା ଉଚିତ୍ । ମମତା ଆରୋପ ଲଗାଇବା ସ୍ୱରୂପ କହିଛନ୍ତି, ଆୟୋଗ ହୋମ ମିନିଷ୍ଟରଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ବିଜେପିର ମନ୍ତ୍ରୀ ବଙ୍ଗାଳରେ ଆଗରୁ ଗାୟବ ଥିଲେ । ହେଲେ ଏବେ ନିର୍ବାଚନ ସମୟରେ ପ୍ରତି ଗଳିରେ ଦୃଶ୍ୟମାନ ହେଉଛନ୍ତି । ବିଜେପି ପ୍ରାର୍ଥୀ ସ୍ୱପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସ୍ୱପନ ଦାସଗୁପ୍ତା ପଶ୍ଚିମବଙ୍ଗର ତାରକେଶ୍ୱରରୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଟିଏମସି ତାଙ୍କ ଉପରେ ପ୍ରଶ୍ନ କରିଥିଲା । ସେହିଭଳି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ର ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ପ୍ରଚାର ଅଭିଯାନ ଦୃତବେଗରେ ଆଗେଇଛି । ବଳରାମରପୁରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମମତା ସରକାରଙ୍କୁ ଟାର୍ଗେଟ କରିଛି । ଯୋଗୀ କହିଥିଲେ, ବଙ୍ଗାଲରେ ଟିଏମସି ସରକାରରେ ଗୋ ହତ୍ୟା କରାଯାଏ । କହିରଖୁଛୁ, ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ ।
ମମତା ବାନାର୍ଜୀ ବାଙ୍କୁଡା ରାଲିରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘ବଙ୍ଗଳା ଜିତବେ ଅର୍ ଦିଲ୍ଲୀ ହାରବେ’ । ବଙ୍ଗାଲରେ ଆମ ସହ ଯିଏ ଲଢେଇ କରିବ ସେ ଚୁନା ହୋଇଯିବ । ମମତା ଏହା ମଧ୍ୟରେ ହରେ କୃଷ୍ଣ ହରେ ହରେ, ଟିଏମସି ଘରେ ଘରେ । ମମତା ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ଏଲପିଜି, ତୈଳ, ଓ କିରୋସିନି ମୂଲ୍ୟ ବୃଦ୍ଧି ହୋଇଛି । ଏହା ମଧ୍ୟରେ ଗରିବ ଲୋକଙ୍କୁ ଖାଇବାରେ ସମସ୍ୟା ସୃଷ୍ଟି ହେଲାଣି । ବିଜେପି ଭୋଟ ପାଇଁ ପଇସା ଦେବ । ସମସ୍ତେ ତାକୁ ରଖିଦେବ । ହେଲେ ଭୋଟ ଟିଏମସିକୁ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking