27.1 C
Bhubaneswar
Friday, March 29, 2024
Homeକରୋନାବ୍ଲୁ ଟୁଥ ମାଧ୍ୟମରେ ଫୋନକୁ ଯାଇଥାଏ ଏହି ଖାସ୍ ଭାଇରସ

ବ୍ଲୁ ଟୁଥ ମାଧ୍ୟମରେ ଫୋନକୁ ଯାଇଥାଏ ଏହି ଖାସ୍ ଭାଇରସ

ନୂଆଦିଲ୍ଲୀ: ଭାଇରସ ନାଁ ଶୁଣିବା ମାତ୍ରେ ମନରେ ଏମିତି ଏକ ଛବି ଆଙ୍କି ହୁଏ, ଯାହା କ୍ଷତିକାରକ ହୋଇଥାଏ । ହେଲେ ଗବେଷକମାନେ ଏବେ ଏମିତି ଏକ ଭାଇରସ ବିଷୟରେ ସନ୍ଧାନ ପାଇଛନ୍ତି, ଯାହା ବ୍ଲୁ ଟୁଥ ମାଧ୍ୟମରେ ଦୃତ ଭାବରେ ଲୋକଙ୍କୁ ଆଲର୍ଟ କରିପାରେ । ଏହି ବିଶେଷ ଭାଇରସକୁ ସେଫ ବ୍ଲୁଜ ନାମ ଦିଆଯାଇଛି ଏବଂ ଦାବି କରାଯାଉଛି ଯେ, ଏହା କରୋନା ଟ୍ରାକିଂ କାମ ଅତ୍ୟନ୍ତ ସଠିକ ଭାବରେ କରିପାରିବ । ତେବେ କହିରଖୁଛୁ, ଏହା ଭର୍ଚୁଆଲ ଭାଇରସ । ଏହାଦ୍ୱାରା ଆପଣଙ୍କ ସ୍ମାର୍ଟ ଫୋନକୁ କୌଣସି ପ୍ରକାର କ୍ଷତି ହେବ ନାହିଁ ।

ଆମେରିକା ୟୁନିଭରସିଟି ଅଫ କ୍ୱିଂସଲ୍ୟାଣ୍ଡ, ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ ଏବଂ ମ୍ୟାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀର ଗବେଷକମାନେ ସଂଯୁକ୍ତ ଭାବରେ ଏହି ଭର୍ଚୁଆଲ ଭାଇରସ ପ୍ରସ୍ତୁତ କରିଛନ୍ତି । ଏହାକୁ ପ୍ରସ୍ତୁତ କରିଥିବା ଗବେଷକ କହିଛନ୍ତି, ଏହି ଭାଇରସର ଟ୍ରାନ୍ସିମିଶନ ସମୟରେ କୌଣସି ବ୍ୟବହାରକାରୀଙ୍କ ଡାଟା ରେକର୍ଡ ହେବ ନାହିଁ ଏବଂ କୌଣସି ସର୍ଭରରେ ଡାଟା ଷ୍ଟୋର ହେବ ନାହିଁ ।
ସାମାଜିକ ଦୂରତା ପାଳନ ନିୟମ ହେଉଛି କି ନାହିଁ ତାହା ଏହି ଭାଇରସ ସଠିକ ଭାବରେ କହିପାରିବ । ଏହାବ୍ୟତୀତ ଭିଡ, ସମାରୋହ ଆଦିକୁ ବି ଏହା ଅଟୋମେଟିକ ଟ୍ରାକ କରିଥାଏ । ଏହି ଭାଇରସ ବ୍ଲୁ ଟୁଥ ମାଧ୍ୟମରେ କାମ କରିଥାଏ । ଏହି ଭାଇରସକୁ କରୋନା ମହାମାରୀ ଦ୍ୱାରା ପୁରା ଦୁନିଆରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ପ୍ରସ୍ତୁତ ହୋଇଥିବା ସିଷ୍ଟମ ଆଧାରରେ ପ୍ରସ୍ତୁତ କରାଯାଇଛି ।
କହିରଖୁଛୁ ଯେ, ଭାରତ ସରକାର କରୋନା ମହାମାରୀରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ଆରୋଗ୍ୟ ସେତୁ ଆପ ଲଂଚ କରିଛନ୍ତି । ବର୍ତମାନ ଏହି ଆପର ବ୍ୟବହାର କରୋନା ଟିକା ପଂଜିକରଣ ପାଇଁ କରାଯାଉଛି । ଆରୋଗ୍ୟ ସେତୁ ଆପକୁ ପ୍ରାୟ ୧୭ କୋଟିରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି ଏବଂ ରେଳ ଯାତ୍ରା ମଧ୍ୟରେ ଏହା ଫୋନରେ ଥିବା ଅନିର୍ବାଯ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking