ଟିଏମସିକୁ ଫେରିବେ ମୁକୁଲ ରଏ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଏକ ବଡ ଝଟକା ଲାଗିବାକୁ ଯାଉଛି । ବିଜେପିର ବଡ ନେତା ମୁକୁଲ ରଏନିଜ ପୁଅ ଶୁଭ୍ରାଂଶୁଙ୍କ ସହତି ଟିଏମସିକୁ ଫେରୁଛନ୍ତି । ଆଉ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ପାର୍ଟି କାର୍ଯ୍ୟାଳୟରେ ସାକ୍ଷାତ କରିବେ । ଏହା ମଧ୍ୟରେ ଅଭିଷେକ ବାନାର୍ଜୀ ବି ଉପସ୍ଥିତ ରହିବେ । କହିରଖୁଛୁ, ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ବଡ ବିଜୟ ମିଳିବା ପରେ ଅନେକ ପୁରୁଣା ସହଯୋଗୀ ଟିଏମସି ଫେରିବାକୁ ଚାହୁଁଛନ୍ତି । ଏଥିରେ ସବୁଠୁ ଉପରେ ମୁକୁଳ ରଏଙ୍କ ନାମ ଥିଲା । ମିଳିଥିବା ସୂଚନା ଅନୁସାରେ, ଗତ ଏକ ସପ୍ତାହ ଧରି ମୁକୁଲ ରଏ ମମତା ବାନାର୍ଜୀଙ୍କ ସହିତ ଫୋନରେ ୪ ଥର କଥା ହୋଇଛନ୍ତି । ନିର୍ବାଚନ ପୂର୍ବରୁ ମୁକୁଲ, ଟିଏମସି ଫେରିବାକୁ ଚାହୁଁଥିଲେ । ତେବେ ମୁକୁଲଙ୍କୁ ପ୍ରଥମେ ଦିଲ୍ଲୀପ ଘୋଷଙ୍କ ସହିତ ସମସ୍ୟା ଥିଲା । ଯୋଗଦେବା ପରେ ତାଙ୍କୁ ଅଫିସରେ ସ୍ଥାନ ମିଳିନଥିଲା । କୈଳାଶ ବିଜୟବର୍ଗୀୟ ମୁକୁଲଙ୍କ ଗୁରୁ ଥିଲେ । ବିଜେପି, କୈଳାଶଙ୍କୁ ବଙ୍ଗଳାରୁ ଦୂରେଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here