20.1 C
Bhubaneswar
Thursday, January 9, 2025
Homeଓଡିଶାଭିଜାଇବ ହାଲୁକାରୁ ମଧ୍ୟମ ବର୍ଷା

ଭିଜାଇବ ହାଲୁକାରୁ ମଧ୍ୟମ ବର୍ଷା

ଭୁବନେଶ୍ୱର:  ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଘଡ଼ଘଡ଼ିର ସମ୍ଭାବନା ରହିଛି । ରାତ୍ରି ସମୟକୁ ଅଧିକା ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଭଳି ଉପକୂଳ ଜିଲ୍ଲା ସାଙ୍ଗକୁ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ବର୍ଷା ବିସ୍ତାର କରିବ ।

ତେବେ ୧୧ ତାରିଖ ପରେ ୩ ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଜଣାଇଛି । ତାପମାତ୍ରା କଥା ଦେଖିଲେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୯.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କିରେଇରେ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ଏବଂ ଡି ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୭.୨ ଡିଗ୍ରୀ ଏବଂ କଟକରେ ୧୭.୫ ଡିଗ୍ରୀ ରହିଥିଲା ତାପମାତ୍ରା । ଯାଜପୁର ଏବଂ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା ।

ଯେଉଁଠି ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ସଂଲଗ୍ନ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଆସନ୍ତା ୨ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ତେବେ ତୃତୀୟ ଦିନ ବେଳକୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହୁଛି । ଅର୍ଥାତ୍ ବର୍ଷାପରେ ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking