32.1 C
Bhubaneswar
Thursday, May 2, 2024
Homeଅପରାଧପାଣି ମୋଟର ଚୋରକୁ ବାନ୍ଧି, ଜିମା ଦେଲେ ଥାନାରେ

ପାଣି ମୋଟର ଚୋରକୁ ବାନ୍ଧି, ଜିମା ଦେଲେ ଥାନାରେ

ନବରଙ୍ଗପୁର : ଡାବୁଗାଁ ବ୍ଲକ ସଦର ମହକୁମାର ଉମୁରାହାଣ୍ଡିକୁ ଯିବା ରାସ୍ତା ଅଙ୍ଗି ନଦୀ ପାଖରେ ଡାବୁଗାଁର ତୁଳାରାମ କଲାରଙ୍କ ଜମିରେ ମକା ଚାଷ କରି କିଲୋସ୍କର ଫାଇଭ ଏଚ ପି ମୋଟର ଯୋଗେ ପାଣି ଉଠାଇ ଚାଷ କରୁ ଥିଲେ। ଦୁଇଟି ମୋଟର ଲଗାଇ ଅଙ୍ଗି ନଦୀରୁ ମକା ଚାଷ ଜମିକୁ ପାଣି ମଡାଇ ଚାଷ କରୁଥବା ବେଳେ ଗତ ବୁଧବାର ରାତ୍ରିରେ ଚୋର କିଲୋସ୍କର୍ ମୋଟର ଟିକୁ ନେଇ ଯାଇ ପାଖ କୁଟା ଗଡ଼ ତଳେ ଲୁଚାଇ ଦେଇଥିଲେ। ମୋଟର ଚୋରି ହୋଇ ଥିବା ଜାଣି ପାରି ଜମି ମାଲିକ ତୁଳାରାମ କଲାରଙ୍କ ତିନି ପୁଅ ଦୁର୍ଜନ୍ କଲାର, ଧନୁର୍ଜୟ୍ କଲାର,କୈଳାଶ କଲାର ଓ ଘେନୁଆ ବିଶୋଇ ଙ୍କ ପୁଅ ବଳିଆର୍ ସିଂ ବିଶୋଇ ଗୁରୁବାର ରାତ୍ରି ରେ ଚୋରି ହୋଇ ଯାଇ ଥିବା ମୋଟର ଲାଗି ଥିବା ଜମି ପାଖରେ ଲୁଚି ରହି ଥିଲେ ।

କୁଟା ଗଦାରେ ଲୁଚାଇ ଥିବା ମୋଟର ନେବାକୁ ଆସି ଥିବା ଚୋର ମାନେ ହେଲେ ନୁଆଗୁଡାର ମାଧବ ପ୍ରଧାନୀଙ୍କ ପୁଅ କୈଳାଶ ପ୍ରଧାନୀ,ଜଗନ୍ନାଥ ଗୁଡାର ବନ ସିଂ ଜାନିଙ୍କ ପୁଅ ଟଙ୍କ ଜାନି ଓ ରେଲି ସାହିର କୁମର ରେଲିଙ୍କ ପୁଅ ସୁବାଷ ରେଲି ଏହି ତିନି ଜଣ ଯୁବକ ଓ ସାଥିରେ ଯାଇ ଥିବା ଯୁବକ ଧନୁର୍ଜୟ ଗୌଡ଼ ଙ୍କ ପୁଅ ଶିବ ଗୌଡ଼ ଙ୍କୁ କାବୁ କରି ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଇ ଥିଲେ। ଥାନା ସହ ଉପ ନିରିକ୍ଷକ ପୁଷ୍ପ ଲତା ସୁନାନୀ ଙ୍କ ପାଖରେ ଜିମା ଦେଇ ଥିଲେ।ସହ ଉପ ନିରିକ୍ଷକ ତତକ୍ଷଣାତ୍ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଙ୍କୁ ଫୋନ ଯୋଗେ ଜଣାଇବାରୁ ସେ ଆସି ଥାନାରେ ପହଂଚି ତଦନ୍ତ ଜାରି କରି ଥିଲେ।

ତଦନ୍ତରୁ ଜଣା ପଡି ଥିଲା ଶିବ ଗୌଡ଼ ଏଥିରେ ସମ୍ପୃକ୍ତ ନ ଥିଲା। ଏଣୁ ଉକ୍ତ ଆସାମି ତିନି ଜଣଙ୍କୁ ଆଜି କୋର୍ଟ ହାଜତକୁ ପଠାଇ ଦେଇ ଥାନାରେ ମାମଲା ରୁଜୁ କରାଯାଇଛି। ଯାହାକି ମୋଟରଟିର ମୂଲ୍ୟ ୪୨ ହଜାର ଟଙ୍କା ହେବ ।ପ୍ରକାଶ ଥାଉ କି ଉକ୍ତ ଚୋର ମାନେ ମରଣାନ୍ତକ ଅସ୍ତ୍ର ଧରି ଯାଇ ଥିଲେ।ଯାହାକି ଭୁଜାଲି ଟିକୁ ଥାନାରେ ଦିଆ ଯାଇଛି।ଆଗରୁ ଉମୁରାହାଣ୍ଡି ଗ୍ରାମର ଟ୍ରାନ୍ସଫର୍ମର ଚୋରି କରୁ ଥିବା ବେଳେ କୈଳାଶକୁ ଗ୍ରାମବାସୀମାନେ ଥାନାରେ ପୂର୍ବ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆଙ୍କ ପାଖରେ ଜିମା ଦେଇ ଥିଲେ। କିନ୍ତୁ ତାକୁ ପରେ ଛାଡି ଦେଇଥିଲେ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking