41.1 C
Bhubaneswar
Sunday, April 28, 2024
Homeଓଡିଶାନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିରହିଛି 

ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିରହିଛି 

ଯାଜପୁର : ଗ୍ରାମଂଚଳରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପାନୀୟଜଳ ପ୍ରକଳ୍ପମାନ ନିର୍ମାଣ କରିଛନ୍ତି । ହେଲେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନଭାବ ଯୋଗୁ ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିରହିଛି । ଫଳରେ ଲୋକେ ପାଣି ମୁନ୍ଦାଏ ପାଇବାରୁ ବଂଚିତ ହେଉଛନ୍ତି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତରେ । ପଂଚାୟତବାସୀଙ୍କୁ ପାନୀୟଜଳ ଯୋଗଇଦେବା ଲାଗି ୨୦୦୮ ମସିହାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟଜଳ ପ୍ରକଳ୍ପ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ଓ ପରବର୍ତି ସମୟରେ ୧୨ ଲକ୍ଷ ଟଙ୍କା ମୋଟ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ନିର୍ମାଣ ସମେତ ପାଇପ ସଂଯୋଗ କରାଯାଇ ବିଭିନ୍ନ ସ୍ଥାନରେ ପାଣି ଟ୍ୟାପ ଲଗାଯାଇଥିଲା । ହେଲେ ଦୀର୍ଘ ୧୩ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏଁ ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଯାହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଗ୍ରାମବାସୀମାନେ ଦଶରଥପୁର ବିଡିଓ,ବିଭାଗୀୟ ଯନ୍ତ୍ରୀ ଓ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେବେ ଖରା ବଡୁଥିବାରୁ ଆଗକୁ ଆହୁରି ଅଧିକ ଜଳକଷ୍ଟ ଆରମ୍ଭ ହେବା ପୁର୍ବରୁ ଏହି ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking