28.1 C
Bhubaneswar
Thursday, March 28, 2024
Homeଓଡିଶାଘର ପିଛା ଚାନ୍ଦା ଆଦାୟ କରି କଂକ୍ରିଟ ରାସ୍ତା ନିର୍ମାଣ କଲେ ଲୁଙ୍ଗୁରି ଗ୍ରାମବାସୀ

ଘର ପିଛା ଚାନ୍ଦା ଆଦାୟ କରି କଂକ୍ରିଟ ରାସ୍ତା ନିର୍ମାଣ କଲେ ଲୁଙ୍ଗୁରି ଗ୍ରାମବାସୀ

କୋରାପୁଟ : ସେମିଳିଗୁଡା ବ୍ଲକର ପାକୁଝଲା ପଞ୍ଚାୟତର ଲୁଙ୍ଗରି ଗ୍ରାମ ବ୍ଲକ ସଦର ମହକୁମା ଠାରୁ ମାତ୍ର ୨ କି.ମି. ଦୂରରେ ରହିଅଛି ଲୁଙ୍ଗୁରି ଗ୍ରାମ। ଗ୍ରାମରେ ୪୦୦ରୁ ଉର୍ଦ୍ଧ ପରିବାର ଥିବାବେଳେ ଦୀର୍ଘ ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟ ପାକୁଝଲା ଗାଁ କୁ ଯିବାପାଇଁ ଗାଁରୁ ୬ କିମି ବାଟ ବୁଲିକି ଯାଉଥିଲେ ଓ ଗାଁ ଲୋକଙ୍କ ଦାବୀ ଥିଲା ନିଜ ଗାଁ ଲୁଙ୍ଗୁରିରୁ ପଞ୍ଚୟତ ଅଫିସ ଯିବାପାଇଁ ଗାଁ ନିକଟରେ ଥିବା ନାଳରେ ହିୟୁମ ପାଇପ ପକେଇ ପୋଲ ଟିଏ ନିର୍ମାଣ କରିଦେଲେ । ସେମାନଙ୍କୁ ପଞ୍ଚାୟତ ଅଫିସ ଯିବାପାଇଁ କେବଳ ଏକ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ଓ ସରକାରଙ୍କ ତରଫରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ଅବିଳମ୍ବେ ପାଇବାରେ ସହାୟକ ହୋଇପାରିବ।

ଏଥିପାଇଁ ସେମାନେ ଦୀର୍ଘ ୧୫ବର୍ଷ ହେବ ଏହି ରାସ୍ତାର ମରାମତି ପାଇଁ ସରପଞ୍ଚ, ବିଧାୟକ, ବିଡ଼ିଓ,ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରି ଆସୁଥିଲେ। କିନ୍ତୁ କିଏ ଶୁଣୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶେଷରେ ଗାଁ ଲୋକେ ପ୍ରଶାସନ ଠାରୁ ଆସ୍ଥା ହରାଇ ନିଜ ନିଜ ମଧ୍ୟରେ ଆଲୋଚନା କରି ପ୍ରତି ଘରୁ ଚାନ୍ଦା କରି ରାସ୍ତା ନିର୍ମାଣ କରିବାକୁ ଚିନ୍ତା କରି ଘର ପିଛା ୧୦୦/-ଟଙ୍କା ଚାନ୍ଦା ଆଦାୟ କଲେ ଓ ସେହି ଟଙ୍କାରେ ବାଲି, ଗୋଡି, ପଥର, ସିମେଣ୍ଟ କିଣି ରାସ୍ତା ତିଆରି କଲେ। ବର୍ତ୍ତମାନର ବିଧାୟକ ସେହି ପଂଚାୟତ ହୋଇଥିବା ବେଳେ ତାଙ୍କ ଭାଇ ବର୍ତ୍ତମାନ ପଞ୍ଚାୟତର ସରପଞ୍ଚ ଥିବା ସତ୍ତ୍ୱେ ରାସ୍ତାଟିଏ କରିଦେଇ ନଥିବାରରୁ ଲୋକେ ଅସନ୍ତୋଷ ପ୍ରକାଶ କରି ନିଜେ ଅର୍ଥ ସହ ଶ୍ରମଦାନ କରି ରାସ୍ତା ତିଆରି କରିଥିବା କ୍ଷୋଭର ସହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking