29.1 C
Bhubaneswar
Sunday, May 19, 2024
Homeଖେଳଆଇପିଏଲରେ ଦମ ଦେଖାଇବ ଚେନ୍ନାଇ ସୁପର କିଙ୍ଗ!

ଆଇପିଏଲରେ ଦମ ଦେଖାଇବ ଚେନ୍ନାଇ ସୁପର କିଙ୍ଗ!

ନୂଆଦିଲ୍ଲୀ : ଗତବର୍ଷ ଦୁବାଇରେ ଖେଳାଯାଇଥିବା ଆଇପିଏଲ ଚେନ୍ନାଇ ସୁପର କିଙ୍ଗ ପାଇଁ ଭଲ ନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ଧୋନି ସେନା ପ୍ଲେ-ଅଫ ରେ କ୍ୱାଲିଫାଏ କରିପାରିନଥିଲା । ଆଇପିଏଲ ୨୦୨୦ର ପଏଣ୍ଟ ଟେବଲରେ ସିଏସକେ ୭ ମ ସ୍ଥାନରେ ଖେଳ ଶେଷ କରିଥିଲା ।

ଆଶା କରାଯାଉଛି ଯେ, ଚଳିତ ବର୍ଷ ଆଇପିଏଲ ୨୦୨୧ ଏମ.ଏସ ଧୋନିିଙ୍କର ଶେଷ ଆଇପିଏଲ ହୋଇପାରେ । ଏମ.ଏସ ଧୋନି ଯାହାଙ୍କ କ୍ୟାପ୍ଟଟେନସିପରେ ଚେନ୍ନାଇ ସୁପର କିଙ୍ଗ ୨୦୧୦, ୨୦୧୧, ୨୦୧୮ରେ ଆଇପିଏଲର ଟ୍ରଫି ଜିତିଥିଲା । ଆଇପିଏଲରେ ସବୁଠାରୁ ଅଧିକ ଥର ପ୍ଲେ-ଅଫରେ ପହଞ୍ଚିଥିବା ଦଳ ହେଉଛସି ସିଏସକେ । ଚେନ୍ନାଇ ୮ ଥର ଫାଇନାଲ ମଧ୍ୟ ଖେଳି ସାରିଛି । ତେଣୁ ଚଳିତ ବର୍ଷ ସିିିଏସକେ କୁ ଦର୍ଶକ ପୁଣି ଥରେ ସେହି ଚାମ୍ପିଅନ ଫର୍ମରେ ଦେଖିବାକୁ ଚାହିଁବେ ।

ଆଇପିଏଲ ମ୍ୟାଚ ପାଇଁ ଚେନ୍ନାଇ ଟିମ ଚେନ୍ନାଇ ଠାରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଟେନିଂ ଆରମ୍ଭ କରିଦେଇଥିଲା । ଏହାପରେ ଟିମ ର ପ୍ରାକ୍ଟିସ ମୁମ୍ବାଇ ସିଫ୍ଟ ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ ୧୦ ଏପ୍ରିଲକୁ ଦିଲ୍ଲୀ ବିପକ୍ଷରେ ନିଜ ମ୍ୟାଚର ଆରମ୍ଭ କରିବ । ଏହି ବର୍ଷର ନିଲାମି ପରେ ସିଏସକେ ସହିତ ୬ ଜଣ ନୂଆ ଖେଳାଳୀ ଯୋଡି ହୋଇଛନ୍ତି । କିଷ୍ନାପା ଗୌତମ, ମୋଇନ ଅଲ୍ଲୀ, ଚେତେଶ୍ୱର ପୂଜାରା, କେ.ଭଗତ ବର୍ମା, ହରିନିଶାନ ଓ ଏମ.ହରିନକର ରେଡ୍ଡୀ ।

ଚଳିତ ବର୍ଷ ସୁରେଶ ରୈନା ଟିମକୁ ଫେରୁଛନ୍ତି ତେଣୁ ଏହା ଚେନ୍ନାଇ ପାଇଁ ଏକ ଭଲ ସୁଯୋଗ । ଇମ୍ରାନ ତାହିରଙ୍କୁ ପୁର୍ବ ଆଇପିଏଲରେ ସେତେ ସୁଯୋଗ ମିଳିନଥିଲା କିନ୍ତୁ ଚଳିତ ବର୍ଷ ସେ ଭାରତରେ ହେବାକୁ ଯାଉଥିବା ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିପାରନ୍ତି । ସେ ଜଣେ ମ୍ୟାଚ ୱିନର ଖେଳାଳୀ । ୫୮ ଟି ମ୍ୟାଚରେ ସେ ୮୦ ୱିକେଟ ନେଇସାରିଛନ୍ତି । ବ୍ରାଭୋ ମଧ୍ୟ ଏହି ମ୍ୟାଚରେ ଫର୍ମରେ ପ୍ରତ୍ୟବର୍ତ୍ତନ କରୁଛନ୍ତି । ଏହାସହ ଚେନ୍ନାଇର ନୂଆ ଜର୍ସି ସହିତ ଧୋନୀ ବାହୀନିଙ୍କ କମାଲ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking