33.1 C
Bhubaneswar
Monday, May 6, 2024
Homeଓଡିଶାପାଣି କଷ୍ଟରେ ସଢ଼ୁଛନ୍ତି ୫ ଗ୍ରାମବାସୀ

ପାଣି କଷ୍ଟରେ ସଢ଼ୁଛନ୍ତି ୫ ଗ୍ରାମବାସୀ

ବୁଗୁଡ଼ା : ବୁଗୁଡ଼ା ବ୍ଲକ୍‌ର ୫ଟି ଗାଁର ଲୋକ ପାଣି କଷ୍ଟରେ ସଢ଼ୁଛନ୍ତି । ପିଇବା ପାଣି ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହି ୫ ଗାଁରୁ ଦୂରରେ ରହିଛି ଯୋଜନା । ମୁଖ୍ୟତଃ ଗୋଲିଆ ଗ୍ରାମ ପଞ୍ଚାୟତର ଗୋଲିଆ ଗ୍ରାମ ସଦର ମହକୁମା ହୋଇଥିବା ବେଳେ ଦୀର୍ଘଦିନରୁ ଏଠାରେ ଜଳ ସମସ୍ୟା ଲାଗି ରହିଛି । ଗୋଲିଆ ଏକ ବଡ଼ ଗ୍ରାମ ହୋଇଥିବା ବେଳେ ବାଘୁଆ ନଦୀ ମାତ୍ର ଅନତି ଦୂରରେ ରହିଛି । ଏହି ପଞ୍ଚାୟତରୁ ବାଦୁଆରେ ମଧ୍ୟ ଲାଗି ରହିଛି ଜଳ କଷ୍ଟ । ଏଠାରେ ଓଭର୍ ହେଡ୍ ଟ୍ୟାଙ୍କ ନିର୍ମାଣ କରି ଲୋକଙ୍କୁ ପାଣି ଯୋଗାଇବା ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ସେହିପରି ଡେଙ୍ଗାପଦର୍ ଏକ ବଡ଼ ଗ୍ରାମ ହୋଇଥିଲେ ମଧ୍ୟ ଓଭର୍ ହେଡ୍ ଟ୍ୟାଙ୍କ ଏଯାବତ୍ ନିର୍ମାଣ ହୋଇପାରିନଥିବାରୁ ଲୋକେ ଖରା ଦିନରେ ନାହିଁ ନଥିବା ଅସୁବିଧା ହେଉଛନ୍ତି। ପାଙ୍ଗିଡି ପଞ୍ଚାୟତର ଟିକରପଡାରେ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବାରୁ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି ।

ସେଭଳି ଖୋଳଖାଳି ପଞ୍ଚାୟତର ତାଳସାକର ଏକ ମୁଖ୍ୟ ଓ ବଡ଼ ଗାଁ ହୋଇଥିଲେ ସୁଦ୍ଧା ଓଭର୍ ହେଡ୍ ଟାଙ୍କି ନିର୍ମାଣ କରାଯାଇନଥିବାରୁ ପାନୀୟ ଜଳ ପାଇଁ ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୁଗୁଡ଼ା ବ୍ଲକ୍ ର ଅନ୍ୟାନ୍ୟ ପଞ୍ଚାୟତର ଗ୍ରାମ ଗୁଡିକରେ ଓଭର୍ ହେଡ୍ ଟ୍ୟାଙ୍କ କେତେକ ଗ୍ରାମରେ ନିର୍ମାଣ ଶେଷ ହୋଇ ଜଳ ଯୋଗାଣ ରତିମତ ଚାଲିଥିବା ବେଳେ, କେତେକ ଗ୍ରାମରେ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି ଓ ଆଉ କେତେକ ଗ୍ରାମରେ ନିର୍ମାଣ ପାଇଁ ଟ୍ରେଣ୍ଡର ସରିଛି । କିନ୍ତୁ ଉକ୍ତ ପାଞ୍ଚଟି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନଥିବା ବୁଗୁଡ଼ା ବ୍ଲକ୍ର ଜଳ ଯୋଗାଣର ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking