28.1 C
Bhubaneswar
Wednesday, April 24, 2024
Homeଓଡିଶାଗଞ୍ଜାମକୁ ଫେରିଛନ୍ତି ୧୭ ହଜାର ପ୍ରବାସୀ

ଗଞ୍ଜାମକୁ ଫେରିଛନ୍ତି ୧୭ ହଜାର ପ୍ରବାସୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ବଡ଼ ହଇଚଇ । ବିଭିନ୍ନ ରାଜ୍ୟରେ କାମ କରିବାକୁ ଯାଇଥିବା ଶ୍ରମିକ ଗଞ୍ଜାମ ଫେରିଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାତ ଗଣତି କେତେକ  ପ୍ରବାସୀଙ୍କୁ ବାଦ୍ ଦେଲେ ଅନ୍ୟ କେହି ସଂକ୍ରମିତ ହୋଇ ନଥିବା ଜଣାପଡ଼ିଛି । ଗତ ମାର୍ଚ୍ଚ ୧ରୁ ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି ୧୬ ହଜାର ୯୮୨ ପ୍ରବାସୀ । ଫେରନ୍ତା ପ୍ରବାସୀଙ୍କ ମଧ୍ୟରୁ ମାତ୍ର ୩୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୨୦ ଜଣ ପ୍ରବାସୀ ଆକ୍ରାନ୍ତ ହୋଇଥିବା ଆର୍‌ଟିପିସିଆର୍ ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଆସିକା ଏନ୍‌ଏସି ୨୫, ବ୍ରହ୍ମପୁର ମହାନଗର ୩, ଚିକିଟି ଏନ୍‌ଏସି ୬, ଗୋପାଳପୁର ଏନ୍‌ଏସି ୨୧, ଗଞ୍ଜାମ ଏନ୍‌ଏସି ୪୩, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ୮୧, କବିସୂର୍ଯ୍ୟନଗର ଏନ୍‌ଏସି ୪୧, ଖଲିକୋଟ ଏନ୍‌ଏସି ୭୩, କୋଦଳା ଏନ୍‌ଏସିର ୪୨ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ସେମାନେ ଫେରିବା ସମୟରେ କେରାନା ସଂକ୍ରମଣ ଲକ୍ଷଣ କାହା ନିକଟରେ ପରିଲକ୍ଷିତ ହୋଇ ନଥିବା ରିପୋର୍ଟରେ କୁହାଯାଇଛି ।

ଫେରନ୍ତା ପ୍ରବାସୀଙ୍କ ମଧ୍ୟରୁ ୭୪୨୮ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୯୬୧ ଜଣ କ୍ୱାରେଣ୍ଟାଇନ୍ ଅବଧି ଶେଷ କରିଛନ୍ତି। ମାର୍ଚ୍ଚ ଓ ଏପ୍ରିଲ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଳାରୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳକୁ ଫେରିଛନ୍ତି ୧୫୫୧୦ ଜଣ ପ୍ରବାସୀ । ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ଆସିକା ବ୍ଲକ୍ ୧୦୮୨, ବେଲଗୁଣ୍ଠା ୮୧୧, ଭଞ୍ଜନଗର ୭୩୫, ବୁଗୁଡ଼ା ୬୦୭, ଧରାକୋଟ ୩୫୭, ଜଗନ୍ନାଥପ୍ରସାଦ ୯୩, ଶେରଗଡ଼ ୯୧୪, ସୋରଡ଼ା ୫୭୩, ଚିକିଟି ୩୬୮, ଦିଗପହଣ୍ଡି ୬୫୭, କୁକୁଡ଼ାଣ୍ଡି ୧୮୨, ପାତ୍ରପୁର ୧୦୧୬, ରଙ୍ଗେଇଲୁଣ୍ଡା ୯୦୬, ସାନଖେମୁଣ୍ଡି ୭୪୬, ବେଗୁିଆପଡ଼ା ୧୦୦୪, ଛତ୍ରପୁର ୪୫୯, ଗଞ୍ଜାମ ୪୩୯, ହିଞ୍ଜିିଳିକାଟୁ ୭୩୨, ଖଲିକୋଟ ୮୭୫, କବିସୂର୍ଯ୍ୟନଗର ୧୩୫୮, ପୋଲସରା ୬୬୨ ଓ ପୁରୁଷୋତ୍ତମପୁର ବ୍ଲକ୍‌କୁ ଫେରିଛନ୍ତି ୯୩୪ ପ୍ରବାସୀ ।

ଏହାସହିତ ସହରାଞ୍ଚଳକୁ ଫେରିଛନ୍ତି ଆହୁରି ୧୪୭୨ ଜଣ । ସେମାନଙ୍କ ମଧ୍ୟରେ ଆସିକା ଏନ୍‌ଏସିକୁ ୭୨ ଜଣ ପ୍ରବାସୀ ଲେଉଟିଥବା ବେଳେ ବେଲଗୁଣ୍ଠା ଏନ୍‌ଏସି ୧୦, ଭଞ୍ଜନଗର ଏନ୍‌ଏସି ୨୫, ବୁଗୁଡ଼ା ଏନ୍‌ଏସି ୩୪, ସୋରଡ଼ା ଏନ୍‌ଏସି ୧୮, ବ୍ରହ୍ମପୁର ମହାନଗର ୫୬୦, ଚିକିଟି ଏନ୍‌ଏସି ୩୫, ଦିଗପହଣ୍ଡି ଏନ୍‌ଏସି ୫୩, ଗୋପାଳପୁର ଏନ୍‌ଏସି ୪୪, ଛତ୍ରପୁର ଏନ୍‌ଏସି ୫୪, ଗଞ୍ଜାମ ଏନ୍‌ଏସି ୪୩, ହିଞ୍ଜିଳିକାଟୁ ଏନ୍‌ଏସି ୮୧, କବିସୂର୍ଯ୍ୟନଗର ଏନ୍‌ଏସି ୪୧, ଖଲିକୋଟ ଏନ୍‌ଏସି ୭୩, କୋଦଳା ଏନ୍‌ଏସି ୧୦୯, ପୁରୁଷୋତ୍ତମପୁର ଏନ୍‌ଏସି ୩୬, ପୋଲସରା ଏନ୍‌ଏସି ୧୨୬ ଓ ରମ୍ଭା ଏନ୍‌ଏସିକୁ ୫୮ ଜଣ ପ୍ରବାସୀ ଫେରିଛନ୍ତି । ପଶ୍ଚିମବଙ୍ଗ ଭଳି ସ୍ପର୍ଷକାତର ଅଞ୍ଚଳରୁ ଗଞ୍ଜାମ ଫେରିଥିବା ପ୍ରବାସୀ  ସଂଖ୍ୟା ହେଉଛି ୩୩୨ ଜଣ । ସେମାନଙ୍କ ମଧ୍ୟରେ ଆସିକାକୁ ଆସିଛନ୍ତି ୧୯ ଜଣ, ଭଞ୍ଜନଗର ୫, ବୁଗୁଡ଼ା ୫, ଜଗନ୍ନାଥପ୍ରସାଦ ୪, ଶେରଗନ ୧୯, ସୋରଡ଼ା ୨, ବ୍ରହ୍ମପୁର ମହାନଗର ୧୧୩, ଚିକିଟି ୧୨, ଦିଗପହଣ୍ଡି ୨୨, ପାତ୍ରପୁର ୮, ରଙ୍ଗେଇଲୁଣ୍ଡା ଓ ଗୋପାଳପୁର ଏନ୍‌ଏସି ୪୪, କନିଷି ୩, ସାନଖେମୁଣ୍ଡି ୬, ଛତ୍ରପୁର ୫, ଗଞ୍ଜାମ ୩, ହିଞ୍ଜିଳିକାଟୁ ୧୭, ଖଲିକୋଟ ୨, କବିସୂର୍ଯ୍ୟନଗର ୧୩, ପୋଲସରା ୧୧ ଓ ପୁରୁଷୋତ୍ତମପୁରକୁ ଫେରିଛନ୍ତି ୧୯ ଜଣ ପ୍ରବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking