23.1 C
Bhubaneswar
Monday, May 13, 2024
Homeଦେଶ ବିଦେଶରାମ ମନ୍ଦିର ପାଇଁ ୧୧୫ ଦେଶରୁ ଜଳ ଅଣାଯାଇଛି

ରାମ ମନ୍ଦିର ପାଇଁ ୧୧୫ ଦେଶରୁ ଜଳ ଅଣାଯାଇଛି

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ମନ୍ଦିର ପାଇଁ ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଦିଲ୍ଲୀ ଷ୍ଟଡି ସର୍କଲ’ ପକ୍ଷରୁ ଇତିମଧ୍ୟରେ ୧୧୫ଟି ଦେଶରୁ ଜଳ ଅଣାଯାଇଛି ବୋଲି ଏନ୍‌ଜିଓ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ବିଜେପି ବିଧାୟକ ବିଜୟ ଜୋଲି କହିଛନ୍ତି । ଏହି ଦେଶଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, କାନାଡା, ଚୀନ୍‌, କାମ୍ବୋଡିଆ, କ୍ୟୁବା, କୋରିଆ, ଫିଜି, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଇଣ୍ଡୋନେସିଆ, ଆୟରଲାଣ୍ଡ, ଇସ୍ରାଏଲ, ଜାପାନ, କେନିଆ, ଲାଇବେରିଆ, ମାଲେସିଆ, ମରିସସ୍‌, ମିଆଁମାର, ମଙ୍ଗୋଲିଆ, ମରୋକ୍କୋ, ମାଳଦ୍ୱୀପ ଓ ନ୍ୟୁଜିଲାଣ୍ଡ ଅନ୍ତର୍ଭୁକ୍ତ । କୋଭିଡ୍ ସମୟରେ ଲୋକେ ଘରେ ରହୁଥିବାବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କୃପାରୁ ବିଦେଶୀ ରାଷ୍ଟ୍ରଗୁଡିକରୁ ଜଳ ଅଣାଯାଇପାରିଛି ବୋଲି ଜୋଲି କହିଛନ୍ତି । ପୂଜାପାଠ ପରେ ସେପ୍ଟେମ୍ବରରେ ଏହି ପାଣିଭର୍ତ୍ତି ପାତ୍ରଗୁଡିକୁ ଅଯୋଧ୍ୟା ପଠାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking