31.1 C
Bhubaneswar
Thursday, September 17, 2026
Homeଓଡିଶାଆଜି ବିଶ୍ୱକର୍ମା ପୂଜା: ଦେବଶିଳ୍ପୀଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି

ଆଜି ବିଶ୍ୱକର୍ମା ପୂଜା: ଦେବଶିଳ୍ପୀଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି

ଭୁବନେଶ୍ୱର: ଆଜି ବିଶ୍ବକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି । ନିର୍ମାଣକର୍ତ୍ତା ବିଶ୍ବକର୍ମାଙ୍କ ପୂଜା ପାଇଁ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ସୁସଜ୍ଜିତ ହୋଇଛନ୍ତି । କାରଣ ଆଜି ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦେବଶିଳ୍ପୀ ବିଶ୍ବକର୍ମା । ଏଣୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସକାଳୁ ସକାଳୁ ଗାଡ଼ିଧୋଇବା ପାଇଁ ବି ଦୁଇଚକିଆ, ଚାରିଚକିଆ ଯାନର ଧାଡ଼ି ଲାଗିଛି । ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ନିକଟସ୍ଥ ବିଶ୍ବକର୍ମା ମନ୍ଦିରରେ ଭୋର୍‌ ୪ଟାରୁ ପୂଜା ଆରମ୍ଭ ହୋଇଯାଇଛି । ଏଠାରେ ଆଜି ହଜାରେରୁ ଅଧିକ ଗାଡ଼ି ପୂଜା ହେବ । ଏହାକୁ ନଜରରେ ରଖି ୧୫ ଜଣ ବ୍ରାହ୍ମଣଙ୍କୁ ନିୟୋଜିତ କରାଯାଇଛି । ସେପଟେ ବନ୍ଦରନଗରୀ ପାରାଦୀପ, ଇସ୍ପାତ ସହର ରାଉରକେଲା, ଅନୁଗୋଳରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି । ଝଲସୁଛି ଆକର୍ଷଣୀୟ ତୋରଣ। ଏଥିସହ ରାଜ୍ୟର ସମସ୍ତ ଟ୍ରକ୍‌ ଓ ଅଟୋଚାଳକ ସଂଘ ଧୁମ୍‌ଧାମ୍‌ରେ ପାଳିବେ ବିଶ୍ବକର୍ମା ପୂଜା । ରାଜ୍ୟର ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ, ଗ୍ୟାରେଜ, ସିଲେଇ ଦୋକାନ ପୂଜା ପାଇଁ ସକାଳୁ ସକାଳୁ ଚଳଚଞ୍ଚଳ । ମୋଟ୍‌ ଉପରେ ଦେବଶିଳ୍ପୀଙ୍କୁ ପାଛୋଟିବାକୁ ପ୍ରସ୍ତୁତ ହୋଇସାରିଛି ସାରା ରାଜ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking