32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୧୦ ବର୍ଷ ପରେ ପତ୍ନୀଙ୍କ ସହ କଂଗ୍ରେସକୁ ଫେରିଲେ ବୀରେନ୍ଦ୍ର ସିଂହ

୧୦ ବର୍ଷ ପରେ ପତ୍ନୀଙ୍କ ସହ କଂଗ୍ରେସକୁ ଫେରିଲେ ବୀରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ଦିନକ ପୂର୍ବେ ବିଜେପିକୁ ଗୁଡ୍ ବାଏ କହିଥିବା ବରିଷ୍ଠ ରାଜନେତା ବୀରେନ୍ଦ୍ର ସିଂହ ଆଜି ପୁଣିଥରେ ତାଙ୍କ ପୁରୁଣା ଦଳ କଂଗ୍ରେସରେ ଯୋଗଦେଇଛନ୍ତି । ହରିଆଣା ରାଜନୀତିର ଜଣେ ଚର୍ଚ୍ଚିତ ତଥା ଜଣେ ବରିଷ୍ଠ ନେତା ଭାବେ ବୀରେନ୍ଦ୍ର ସିଂ ବେଶ୍ ପରିଚିତ ଥିବା ବେଳେ କଂଗ୍ରେସକୁୂ ଫେରିଆସିବା ପରେ ପ୍ରଦେଶ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିବା ପ୍ରଦେଶ କଂଗ୍ରେସ ମୁଖ୍ୟ କହିଛନ୍ତି । ପ୍ରକାଶ, ବୀରେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ପ୍ରେମଲତା ମଧ୍ୟ ସୋମବାର ଦିନ ବିଜେପିରୁ ଇସ୍ତଫା ଦେଇଥିଲେ । ବୀରେନ୍ଦ୍ର ସିଂହଙ୍କ ପତ୍ନୀ ପ୍ରେମଲତା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ବିଧାୟିକା ଭାବେ କାମ କରିଥିଲେ । ଉଭୟ ନିଜ ନିଜ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଥିଲେ । ତେବେ ରାଜନୀତରେ ଦୀର୍ଘ ସମୟ ଧରି ସକ୍ରିୟ ରହିଆସିଥିବା ଉଭୟ ସ୍ୱାମୀ-ସ୍ତ୍ରୀ ମଙ୍ଗଳବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ, ବୀରେନ୍ଦ୍ର ଏବଂ ତାଙ୍କ ପତ୍ନୀ ପ୍ରେମଲତା ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ରହି କାମ କରୁଥିବା ବେଳେ ୨୦୧୪ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ପ୍ରକାଶ, ମାସକ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ ମଧ୍ୟ ଲୋକସଭା ସାଂସଦ ପଦରୁ ଏବଂ ବିଜେପିର ସଦସ୍ୟତା ପଦରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking