33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶ୨୩ ଯାଏ ଜେଲ୍‌ରେ ରହିବେ କେ.କବିତା

୨୩ ଯାଏ ଜେଲ୍‌ରେ ରହିବେ କେ.କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (କେ ଚନ୍ଦ୍ରଶେଖର ରାଓ)ଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ଆସନ୍ତା ୨୩ ଯାଏ ଜେଲ୍‌ରେ ରହିବାକୁ ପଡ଼ିବ । ସମ୍ପ୍ରତି କବିତା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ରହୁଥିବା ତିହାର ଜେଲ୍‌ର ମହିଳା କଏଦୀଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଛନ୍ତି । ମଙ୍ଗଳବାର ତାଙ୍କ ନ୍ୟାୟିକ ହେପାଜତ୍ ଅବଧିକୁ ଆଉ କିଛି ଦିନ ପାଇଁ ବୃଦ୍ଧି କରାଯିବା ନେଇ ଇଡି ପକ୍ଷରୁ ଦିଲ୍ଲୀ ସ୍ଥିତ ରାଉସ୍ ଆଭେନ୍ୟୁ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହା ଉପରେ ଶୁଣାଣି କରି ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ତାଙ୍କୁ ଜୁଡିସିଆଲ କଷ୍ଟଡିରେ ରଖିବାକୁ ଅନୁମତି ଦେଇଛନ୍ତି । କେ. କବିତା ବର୍ତ୍ତମାନ ସମୟରେ ଜାମିନ୍‌ରେ ବାହାରକୁ ଗଲେ ସାକ୍ଷ୍ୟ, ପ୍ରମାଣଗୁଡ଼ିକୁ ପ୍ରଭାବିତ କରିବା ତଥା ସାକ୍ଷୀଙ୍କ ଉପରେ ଚାପ ପ୍ରୟୋଗ କରିପାରନ୍ତି ବୋଲି ଇଡି ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । କୋର୍ଟ ମଧ୍ୟ ମାମଲାର ଗମ୍ଭୀରତାକୁ ହୃଦ୍‌ବୋଧ କରିବା ସହ କେ. କବିତାଙ୍କ ଜୁଡିସିଆଲ କଷ୍ଟଡିକୁ ୨୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ପ୍ରକାଶ, ଦିନକ ପୂର୍ବେ କେ. କବିତାଙ୍କ ପକ୍ଷରୁ କରାଯାଇଥିବା ଅନ୍ତରୀଣ ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ । କବିତା ନିଜ ପୁଅର ପରୀକ୍ଷା ଥିବା ଦର୍ଶାଇ ଏହି ଜାମିନ୍ ଆବେଦନ ଫାଇଲ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking