33.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶହିଜାବ ବିରୋଧୀ ପ୍ରଦର୍ଶନ ବେଳେ ଖୋଲା କେଶରେ ଭାଇରାଲ ଯୁବତୀଙ୍କୁ ହତ୍ୟା : ରିପୋର୍ଟ

ହିଜାବ ବିରୋଧୀ ପ୍ରଦର୍ଶନ ବେଳେ ଖୋଲା କେଶରେ ଭାଇରାଲ ଯୁବତୀଙ୍କୁ ହତ୍ୟା : ରିପୋର୍ଟ

ତେହରାନ : ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ବେଳେ ନିଜର ଖୋଲା କେଶ ରଖିବା ନେଇ ମାଦିସ୍ ନଜାଫି ନାମକ ଜଣେ ଯୁବତୀଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା, ଏବେ ତାଙ୍କୁ ଗୁଳି ମାରି ହତ୍ୟା କରାଯିବାର ଖବର ଆସିଛି । ତାଙ୍କର ଅନ୍ତିମ ସଂସ୍କାରର ଭିଡ଼ିଓ ଭାଇରାଲ ହେଉଛି । ଏଥିରେ ଲୋକେ ତାଙ୍କର ସଦ୍ୟ ଖୋଦେଇ କବର ପାଖରେ ରଖାଯାଇ ଥିବା ଫଟୋ ପାଖରେ କାନ୍ଦୁ ଥିବାର ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ, ତାଙ୍କୁ ପେଟ, ବେକ, ଛାତି ଓ ହାତକୁ ଗୁଳି କରାଯାଇଛି । ଇରାନରେ ଗତ ସପ୍ତାହରେ ବିରୋଧ ପ୍ରଦର୍ଶନ ବେଳେ ହିଂସା ଜାରି ରହିଛି ।

ଇରାନରେ ୨୨ ବର୍ଷିୟା ମହସା ଅମିନିଙ୍କର ପୁଲିସ କଷ୍ଟୋଡିରେ ହତ୍ୟା କରାଯିବା ପରେ ଏହି ବିରୋଧ ପ୍ରଦର୍ଶନ ତେଜିଛି । ମହସାଙ୍କୁ ଠିକ୍‌ରେ ହିଜାବ ନପିନ୍ଧିବା କାରଣ ଗିରଫ କରାଯାଇ ଥିଲା । ଇରାନରେ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ଅନିବାର୍ଯ୍ୟ ହୋଇଛି । ଚଳିତ ସପ୍ତାହନ୍ତରେ ଶହ ଶହ ଲୋକେ ଲଣ୍ଡନରେ ମହସା ଅମିନିଙ୍କ ମୃତ୍ୟୁ ବିରୋଧରେ ରାସ୍ତାକୁ ଓହ୍ଲାଇ ଥିଲେ । ଅମିନି ୧୬ ସେପ୍ଟେମ୍ୱରରେ ଦୁନିଆରୁ ବିଦାୟ ନେଇଥିଲେ । ଉଲ୍ଲେଖନୀୟ ଯେ, ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ଗତିଶୀଳ ହେଉଛି । ଏହି ବିରୋଧରେ ୪୧ରୁ ଅଧିକ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ହୋଇଛି । ସେପଟେ ଏବେସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking