ଭୁବନେଶ୍ୱର : ୩ ବର୍ଷରେ ୧୪ ବାଘ ଶିକାର ହୋଇଛି । ଏନେଇ ଗୃହରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ୨ ମହାବଳ ବାଘ ସହ ୧୨ଟି କଲରାପତରିଆ ଶିକାର ହୋଇଛନ୍ତି । ୬ଟି ମହାବଳ ବାଘ ଓ ୬୩ଟି କଲରାପତରିଆବାଘ ଛାଲ ଜବତ ହୋଇଛି । ଢେଙ୍କାନାଳ ବନଖଣ୍ଡରେ ୪୧ଟି ହାତୀଙ୍କ ମୃତ୍ୟୁ ହୋଇଛି ।