29.1 C
Bhubaneswar
Saturday, July 27, 2024
Homeଓଡିଶାଭାଇରାଲ ଅଡିଓ ଘଟଣା, ଭୁବନେଶ୍ୱର ଡିସିପିଙ୍କୁ ଭେଟିଲା ଯୁବ କଂଗ୍ରେସ

ଭାଇରାଲ ଅଡିଓ ଘଟଣା, ଭୁବନେଶ୍ୱର ଡିସିପିଙ୍କୁ ଭେଟିଲା ଯୁବ କଂଗ୍ରେସ

ଭୁବନେଶ୍ୱର:  ଗତ ୨୯.୩.୨୦୨୪ ରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ କଂଗ୍ରେସ ଭବନ ଠାରେ ସାମ୍ବାଦିକ ସମ୍ମିଳନୀକରି ଏକ ଅଡିଓ ଜାରିକରି ରାଜ୍ୟ ପ୍ରଶାସନକୁ ଏହାର ତଦନ୍ତ ପାଇଁ ଦାବି ଜଣାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ଦର୍ଶାଇଥିଲା ଯେ ଏହି ଭାଇରାଲ ଅଡିଓଟି ବହୁ ଚର୍ଚ୍ଚିତ ବିଜେବି କଲେଜର ଛାତ୍ରୀ ରୁଚିକା ଆତ୍ମହତ୍ୟା କାଣ୍ଡସହ କିଛି ସାମଞ୍ଜସ୍ୟ ରହିିଛି । ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକିଯେ ଅଡ଼ିଓରେ କଥା ହେଉଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ଜଣେ ବିଧାୟକ ବୋଲି ସ୍ପଷ୍ଟ ଜଣାପଡ଼ୁଛି । କାରଣ କଥା ହେଉଥିବା ମହିଳା ଜଣକ ତାଙ୍କୁ ବିଧାୟକ ବୋଲି ସମ୍ବୋଧନ କରୁଛନ୍ତି । ମହିଳା ଜଣକ ଯେଉଁ ଦୁଇଟି ପରିବାର ବିଧାୟକଙ୍କ ପାଇଁ ନଷ୍ଟ ହୋଇଯାଇଛି ସେ ସମ୍ପର୍କରେ ଉକ୍ତ ଅଡିଓରେ ଉଲ୍ଲେଖ କରିଛନ୍ତି । ସାମ୍ବାଦିକ ସମ୍ମିଳନୀର ୫ ଦିନ ବିତିଗଲାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ଏହି ଘଟଣାର ତଦନ୍ତ ହେଲେ ବହୁ ସାଂଘାତିକ ତଥ୍ୟ ପଦାକୁ ଆସିବ । ଏଥିରେ ସଂପୃକ୍ତ ଶାସକ ଦଳର ରାଜନେତାଙ୍କର ଅସଲ ମୁଖା ପଦାରେ ପଡ଼ିଯିବ । ରାଜଧାନୀ ଭୁବନେଶ୍ୱରେ ଯଦି ନିର୍ବାଚିତ ଜନପ୍ରତିନିଧିମାନେ ଏଭଳି ଅପରାଧିକ ଏବଂ ନିନ୍ଦନୀୟ ଘଟଣାରେ ସଂପୃକ୍ତ ରହୁଛନ୍ତି ତେବେ ସୁଦୁର କୋରାପୁଟ, ମାଲକାନଗିରି ଓ ମୟୁରଭଞ୍ଜରେ କଣ ନହେଉଥିବ । ଏହି ଅଡିଓରୁ ସ୍ପଷ୍ଟ ହେଉଛି ଯେ ଭୁବନେଶ୍ୱରରେ କଲେଜ ବା ୟୁନିର୍ଭସିଟିରେ ମହିଳାମାନେ ଅସୁରକ୍ଷିତ ଏବଂ ଏହି ପରିସ୍ଥିତିହିଁ ଶାସକ ଦଳର ଜନପ୍ରତିନିଧିମାନେ ସୃଷ୍ଟି କରୁଛନ୍ତି । ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ପ୍ରତିନିଧି ଦଳରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ସ୍ୱାଗତ କର, ଅମରେଶ ପରିଡ଼ା, ମହମ୍ମଦ ପରଭେଜ, ବିରଂଚି ବାରିକ, ଉଦିତ ପ୍ରଧାନ, ନିହାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking