ନୂଆଦିଲ୍ଲୀ : ଦିଲ୍ଲୀରେ ଅକ୍ଟୋବର ୧୦ରେ ହେବାକୁ ଥିବା CJPର ପ୍ରତିବାଦ ପୂର୍ବରୁ ଲାଗିଥିବା କଟକଣାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ମେଟ୍ରୋ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରିବର୍ତ୍ତେ ଯାତାୟାତକୁ ନିୟନ୍ତ୍ରିତ ଭାବେ ଚାଲୁ ରଖିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। କୋର୍ଟ କହିଛନ୍ତି, ପ୍ରତିବାଦ କରିବାର ଅଧିକାର ସହ ସାଧାରଣ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ମଧ୍ୟରେ ସନ୍ତୁଳନ ରହିବା ଜରୁରୀ। ପ୍ରତିବାଦ ନାଁରେ ଜାତୀୟ ରାଜପଥ ଅବରୋଧ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।ପ୍ରତିବାଦ ପୂର୍ବରୁ ମେଟ୍ରୋ ଷ୍ଟେସନ ବନ୍ଦ, ଟ୍ରେନ୍ ବାତିଲ ଓ ଯାତାୟାତ ଉପରେ କଟକଣାକୁ ନେଇ ଆବେଦନକାରୀମାନେ ପ୍ରଶ୍ନ ଉଠାଇଥିଲେ। ଏନେଇ ପୁଲିସର ଆଦେଶ ଯାଞ୍ଚ କରିବା ପରେ କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ।










