ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ ସ୍ପଷ୍ଟ ହୋଇସାରିଛି । ତାପୂର୍ବରୁ ପଶ୍ଚିମବଙ୍ଗର ଦୁଇଟି ଆସନ ନନ୍ଦୀଗ୍ରାମ ଏବଂ ରେଜିନଗରରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି । ସେହିଭଳି ଆସାମର ଗୋଟିଏ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା । ତାମିଲନାଡୁରେ ଦୁଇଟି ଆସନରେ ସିଏମ ଜୋସେଫଙ୍କ ଦଳ ଟିଭିକେ ଆଗୁଆ ରହିଛି ।
ପଶ୍ଚିମବଙ୍ଗର ୨ଟି, ତାମିଲନାଡୁର ୨, ପୁଡୁଚେରୀର ଗୋଟିଏ ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକ ସଭା ଆସନ ସମେତ ୬ଟି ଆସନରେ ଉପନିର୍ବାଚନ ହୋଇଥିଲା । ଅକ୍ଟୋବର ୯, ଆଜି ଭୋଟ ଗଣତି ହୋଇଛି । ଭାଜପା ପଶ୍ଚିମବଙ୍ଗର ଉଭୟ ଆସନରେ ବିଜୟୀ ହୋଇଛି । ଏହା ସହିତ ଆସମାର ନଗାଓଁ ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେପଟେ ତାମିଲନାଡୁର ୨ଟି ବିଧାନସଭା ଆସନରେ ଟିଭିକେ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି । ପୁଡୁଚେରୀର ଥାଟ୍ଟନଚାଭଡ଼ି ଆସନରେ ଶାସକ ଅଲଇଣ୍ଡିଆ ଏନଆର କଂଗ୍ରେସ (AINRC) ପ୍ରାର୍ଥୀ ଅଶୋକ ଆନନ୍ଦ ୮,୪୮୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ସେହିଭଳି କଂଗ୍ରେସ ଏବଂ ଡିଏମକେ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି ।










