28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମଣିପୁରରେ ହିଂସା, ମତଦାନ ବୁଥରେ ଗୁଳି ଚଳାଇବା ପରେ ଭାଙ୍ଗିଲା ଇଭିଏମ୍ 

ମଣିପୁରରେ ହିଂସା, ମତଦାନ ବୁଥରେ ଗୁଳି ଚଳାଇବା ପରେ ଭାଙ୍ଗିଲା ଇଭିଏମ୍ 

ମଣିପୁର : ଲୋକସଭା ନିର୍ବାଚନ ୨୦୨୪ ମତଦାନ ୧୦୨ ଟି ଆସନରେ ଚାଲିଥିବା ଭୋଟ୍ ମଧ୍ୟରେ ମଣିପୁରରୁ ହିଂସା ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମତଦାନ ବୁଥରେ ପ୍ରବଳ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ପରେ ଇଭିଏମ୍ ମଧ୍ୟ ଭାଙ୍ଗି ଯିବାର ଖବର ମିଳିିଛି ।
ଶୁକ୍ରବାର ଦିନ ଲୋକସଭା ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଏହି ଗୁଳି ବିନିମୟ ଭୋଟରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଳି ବିନିମୟ ମଧ୍ୟରେ ଲୋକମାନେ ମତଦାନ ବୁଥରୁ ଦୌଡ଼ିକି ବାହାରକୁ ପଳାଉଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୁକ୍ରବାର ଦିନ ମଣିପୁର ଲୋକସଭା ଆସନ ଏବଂ ବାହ୍ୟ ମଣିପୁରର କିଛି ଅଂଶରେ ମତଦାନ ହୋଇଥିଲା। ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଲୁୱାଙ୍ଗସଙ୍ଗବାମ ମମଙ୍ଗ ଲାଇକାଇରେ ଭୋଟ୍ ଦେଇଛନ୍ତି। ସେ ରାଜ୍ୟର ଆଦିବାସୀମାନଙ୍କୁ ସୁରକ୍ଷା ଦେବାକୁ ଓ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ବିରେନ ସିଂ କହିଛନ୍ତି ଯେ ‘‘ମୁଁ ମଣିପୁରବାସୀଙ୍କୁ ଭୋଟ୍ ଦେବାକୁ ତଥା ରାଜ୍ୟର ଆଦିବାସୀଙ୍କୁ ବଞ୍ଚାଇବାକୁ ତଥା ରାଜ୍ୟର ଅଖଣ୍ଡତା ରକ୍ଷା କରିବାକୁ ଏବଂ ଶୀଘ୍ର ଶାନ୍ତି ଆଣିବାକୁ ନିବେଦନ କରିବାକୁ ଚାହୁଁଛି।’’ ପଶ୍ଚିମବଙ୍ଗରେ ମଧ୍ୟ ମତଦାନ ସମୟରେ ହିଂସା ଉପୁଜିଛି। ଟିଏମ୍‌ସିର କହିବା କଥା ହେଲା ଭାରତୀୟ ଜତନା ପାର୍ଟି (ବିଜେପି) କର୍ମୀମାନେ ହିଂସା ପରିସ୍ଥିତି ସୃଷ୍ଟି କରାଉଛନ୍ତି। ଟିଏମ୍‌ସି ଆହୁରି ବି ଅଭିଯୋଗ ଆଣିଛି ଯେ ବିଜେପି କର୍ମୀମାନେ ମତଦାତାମାନଙ୍କୁ ଭୋଟ୍ ଦେବାକୁ ଧମକାଇ ଚାପ ପକାଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking