33.1 C
Bhubaneswar
Saturday, April 27, 2024
Homeଓଡିଶାବିନା ଥଇଥାନରେ ପ୍ରଶାସନର ଉଚ୍ଛେଦ ପ୍ରସ୍ତୁତି ଆଶଙ୍କାରେ ଖୁରି ଗାଁ ବାସିନ୍ଦା

ବିନା ଥଇଥାନରେ ପ୍ରଶାସନର ଉଚ୍ଛେଦ ପ୍ରସ୍ତୁତି ଆଶଙ୍କାରେ ଖୁରି ଗାଁ ବାସିନ୍ଦା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୨୮ ନମ୍ବର ୱାର୍ଡ ପରଧିଆପାଲି ସୌରଭନଗରରେ ଦୀର୍ଘ ୨୦ ବର୍ଷ ଧରି ଘର କରି ରହିଆସୁଥିବା ଲୋକଙ୍କୁ ବର୍ତ୍ତମାନ ପ୍ରଶାସନ ସେଠାରୁ ଘର ଛାଡିବାକୁ ତାଗିଦ୍ କରିଛନ୍ତି । ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଭୂମିହୀନ ପରିବାର ଘର ତିଆରି କରି ପରିବାର ସହ ରହୁଥିଲେ । ବର୍ତ୍ତମାନ ଅନ୍ୟ ଏକ ସଂସ୍ଥାକୁ ସରକାର ଲିଜ ସୂତ୍ରରେ ଉକ୍ତ ଜମି ଦେବାକୁ ଯାଉଥିବା ଯୋଗୁଁ ସୌରଭନଗର ବାସୀଙ୍କୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ନିୟମିତ ଭାବେ ଉକ୍ତ ଅଞ୍ଚଳବାସୀଙ୍କ ଠାରୁ ପ୍ରଶାସନ ବିଦ୍ୟୁତ କର ଠୁ ନେଇ ଉକ୍ତ ଜମିର ଖଜଣା ଆଦି ନେଇଆସୁଛନ୍ତି । ଗତ କିଛି ଦିନ ତଳେ ଏହି ଅଞ୍ଚଳ ଖାଲି କରିବାକୁ ଅଞ୍ଚଳବାସୀଙ୍କୁ ପ୍ରଶାସନ ସରକାରୀ ନୋଟିସ ଦେଇ ସେଠାରୁ ତୁରନ୍ତ ହଜିଯିବାକୁ ତାଗିଦ କରିଛି । ଏବେ ନିୟମିତ ବ୍ୟବଧାନରେ ବାରମ୍ବାର ଆରଆଇ, ତହସିଲଦାର ସେଅଞ୍ଚଳ ଗସ୍ତ କରି ମାପଚୁପ କରୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ବିସ୍ଥାପନ ଆଶଙ୍କାରେ ଉକ୍ତ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି । କରୋନା କାଳରେ ସରକାର ସମସ୍ତଙ୍କୁ ଘରେ ରହିବା ପାଇଁ ତାଗିଦ କରୁଥିବା ବେଳେ ସୌରଭ ନଗରବାସୀଙ୍କୁ ଘରୁ ବାହାର କରିବାକୁ ନୋଟିସ୍ ଜାରି କରିବା କେତେଦୂର ସମୀଚିନ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ସରକାରୀ ନୋଟିସ ପାଇବାପରେ ଅତୀତରେ ସେମାନେ ଅନେକଥର ରାଜସ୍ୱ କମିଶନର, ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କ ଦ୍ୱାରସ୍ଥ ହୋଇ ଥଇଥାନର ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ । ସେମାନଙ୍କୁ ଯଦି ଏହି ଅଞ୍ଚଳରୁ ବାସଚ୍ୟୁତ କରାଯିବା ପୂର୍ବରୁ ସେମାନଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ପୂର୍ବକ ଅନ୍ୟତ୍ର ଥଇଥାନ ପାଇଁ ପଦକ୍ଷେପ ନିଆଯାଉ ବୋଲି ସୌରଭ ନଗରବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଭୂମିହୀନଙ୍କୁ ଭୂମି ଦେବା ପାଇଁ ସରକାରଙ୍କ ଅନେକ ଯୋଜନାମାନ ରହିଛି । ମାତ୍ର ସୌରଭ ନଗରବାସୀଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ତେବେ ଯଦି ସେମାନଙ୍କୁ ବିସ୍ଥାପିତ କରାଯାଇ ଯଦି ଥଇଥାନ କରାନଯାଏ ତାହେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସମ୍ଭାବ୍ୟ ବିସ୍ଥାପିତଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking