30.3 C
Bhubaneswar
Tuesday, July 15, 2025
Homeଓଡିଶାଏଲଇଡି ଲାଇଟରେ ଦୁର୍ନୀତି ଚପାଇବାକୁ ସିଏମ୍‌ସିର ଉଦ୍ୟମ

ଏଲଇଡି ଲାଇଟରେ ଦୁର୍ନୀତି ଚପାଇବାକୁ ସିଏମ୍‌ସିର ଉଦ୍ୟମ

କଟକ : କଟକ ମହାନଗର ନିଗମ ଦୁର୍ନୀତିର ଏକ ସାମ୍ରାଜ୍ୟ ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ଧରାପଡ଼ିବା ପରେ ସିଏମସି କର୍ତ୍ତୃପକ୍ଷ ଏବେ ସୂଚନା ଅଧିକାର ଆଇନକୁ ଫାଙ୍କିବାକୁ ଚକ୍ରାନ୍ତ କରୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । କଟକ ମହାନଗର ନିଗମକୁ ତଥ୍ୟ ମାଗିଲେ ମଧ୍ୟ ସହଜରେ ଦିଆ ନଯିବା, ମଗାଯାଇଥିବା ତଥ୍ୟକୁ ଚପାଇବା ନିମନ୍ତେ ବିଭ୍ରାନ୍ତିକରଣ ତଥ୍ୟ ପ୍ରଦାନ କରିବା ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ଏବେ ଏଲଇଡ଼ି ଲାଇଟ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏ ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ୮ହଜାର ୫ଶହ ଟଙ୍କା ଦାଖଲ କରିବାକୁ କୁହାଯିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଉଛି ।

ଅଭିଯୋଗ ଅନୁଯାୟୀ, କଟକ ସହରକୁ ଆଲୋକୀକରଣ କରିବାପାଇଁ ସିଏମସି ତରଫରୁ ଏଲଇଡି ଲାଇଟ ଲଗାଯିବା ପାଇଁ ଟେଣ୍ଡର ହୋଇ ଲାଇଟ ଲଗାଯାଇଥିଲା । ମାତ୍ର ଅଳ୍ପ ଦିନରେ କେତେକ ଲାଇଟ ଅଚଳ ହୋଇପଡ଼ିଥିବାବେଳେ ଆଉ କେତେକ ଖୁଣ୍ଟରେ ଆଦୌ ଏଲଇଡି ଲାଇଟ ଦେଖିବାକୁ ମିଳିନଥିଲା । ତେବେ କଟକ ସହରକୁ ଆଲୋକୀକରଣର ଟେଣ୍ଡର ସମ୍ପର୍କିତ ତଥ୍ୟ, କେତେ ଅର୍ଥ ଖର୍ଚ୍ଚ ହୋଇଥିଲା, କେଉଁ କେଉଁ ସ୍ଥାନରେ ଏଲଇଡି ଲାଇଟ ଲଗାଯାଇଛି, ଏହାର ରକ୍ଷଣାବେକ୍ଷଣ, ମରାମତି ଓ କେତେକ ୱାର୍ଡରେ ଲାଇଟ ଅଚଳ ହୋଇ ପଡ଼ିଛି ଏନେଇ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁ ଗତ ଜୁଲାଇ ୫ତାରିଖରେ ସିଏମସିକୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ମାତ୍ର ସିଏମସି ଚିଠି ନମ୍ବର ୪୦୨୦/ତା-୧୬.୦୭.୨୦୨୧ରେ ସୁପରିଟେଣ୍ଡେଣ୍ଟ ଇଂଜିନିୟର, ସିଡି-୧ ଚିଠି ମାଧ୍ୟମରେ ସୂଚନାର ତଥ୍ୟ ପାଇଁ ୮ହଜାର ୫ଶହ ଟଙ୍କା ଦାଖଲ କଲେ ସୂଚନାର ତଥ୍ୟ ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି । ମାତ୍ର ଏହି ସୂଚନା କେତେପୃଷ୍ଠା ସୂଚନାର ତଥ୍ୟ ପ୍ରଦାନ କରାଯିବ ସେନେଇ କୌଣସି ସ୍ପଷ୍ଟ କରି ନାହାନ୍ତି । ସୂଚନାଅଧିକାର ଆଇନରେ କେତେ ପୃଷ୍ଠା ତଥ୍ୟ, କେଉଁ କେଉଁ ବାବଦକୁ କେତେ ଅର୍ଥ ତାହାର କୌଣସି ବିବରଣୀ ପ୍ରଦାନ ନକରି ସୂଚନା ଅଧିକାର କର୍ମୀଙ୍କୁ ମାନସିକ ଚାପଗ୍ରସ୍ତ କରି ସୂଚନାର ତଥ୍ୟ ନଦେବା ପାଇଁ ଏଭଳି ମୋଟାମୋଟି ଅଙ୍କର ଅର୍ଥ ମାଗି ନିରାଶ କରୁଥିବା ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି । ପୁର୍ବରୁ କଟକ ମହାନଗର ନିଗମରେ ଅର୍ଥ ଦାଖଲ ପରେ ମଧ୍ୟ ସୂଚନାର ତଥ୍ୟ ସଠିକ ସମୟସୀମା ମଧ୍ୟରେ ମିଳିନାହିଁ ତେଣୁ ସୂଚନାର ତଥ୍ୟ ନଦେବା ପାଇଁ ଜାଣିଶୁଣି ଏଭଳି କରୁଛନ୍ତି । ସୂଚନାର ତଥ୍ୟ ବାବଦ କେତେ ଅର୍ଥ କେଉଁ କେଉଁ ବାବଦ ଲିଖିତ ନକରି ସୂଚନାଅଧିକାର କର୍ମୀଙ୍କୁ ତଥ୍ୟ ଦେବାକୁ ଏକ ଷଡ଼ଯନ୍ତ୍ର କରୁଛନ୍ତି । ଯଦି ଏହି ତଥ୍ୟ ଦିଆଯିବ ତେବେ ଦୁର୍ନୀତି ଲୋକଲୋଚନକୁ ଆସିଯିବ ବୋଲି ଜାଣିଶୁଣି ସୂଚନା ନଦେବାକୁ ଆଳକରି ସୂଚନାଅଧିକାର ଆଇନ ଉଲ୍ଲଙ୍ଘନ କରୁଥିବା ଶ୍ରୀ ସାହୁ ଅଭିଯୋଗ କରିବା ସହ ଏହି ସୂଚନାର ତଥ୍ୟ ପାଇଁ ସୂଚନା କମିଶନଙ୍କ ଦ୍ୱାରସ୍ଥ ହେବା ସହ ପ୍ରଥମ ଅପିଲ କରିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking