33.1 C
Bhubaneswar
Friday, April 26, 2024
Homeଓଡିଶାନିଜ ପାଇଁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

ନିଜ ପାଇଁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଖମଣଖୋଲ ପଞ୍ଚାୟତର ଏକ ଗ୍ରାମ ହେଉଛି ସୁତାଲଦା । ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମର ତିଆରି ହୋଇପାରିନାହିଁ ସବୁ ଦିନିଆ ରାସ୍ତା । ଏପରିକି ଗ୍ରାମକୁ ଯିବା ଜଙ୍ଗଲିଆ ପାଦଚଲା ରାସ୍ତା ହିଁ ସାହାଭରସା । ତେବେ ଉକ୍ତ ପାଦଚଲା ରାସ୍ତାକୁ ମରାମତି କରିବା ସହିତ ଗ୍ରାମବାସୀ ଯେଭଳି ଭାବେ ଚାଲି ଚାଲି ଯାଇପାରିବେ ସେଥିପାଇଁ ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଅଞ୍ଚଳବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କୌଣସି ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଇ ପାରିନଥିଲା । ବାଧ୍ୟହୋଇ ସୁତାଲଦା ଗ୍ରାମର ୧୫ ପରିବାର ଓ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ସୁରେଟ୍ ଗ୍ରାମର ୭ ପରିବାର ମିଳିତ ଭାବେ ନିଜ ଗ୍ରାମ ପାଇଁ ନିଜେ ତିଆରି କରିିଛନ୍ତି ପାଦଚଲା ରାସ୍ତା । ଗାଁର ବୃଦ୍ଧ ଠାରୁ ଆରମ୍ଭ କରି ନାବାଳକ ସମେସ୍ତ ସାମିଲ୍ ହୋଇଥିଲେ ନିଜ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ । ଖମଣଖୋଲ ଠାରୁ ଉକ୍ତ ଗ୍ରାମ ଗୁଡ଼ିକର ଦୂରତା ପ୍ରାୟ ୮ କିଲୋମିଟର । ତେବେ ଉଭୟ ଗ୍ରାମର ସମସ୍ତ ପରିବାର ସାମାନ୍ୟ ଖମଣଖୋଲ ଉପରେ ନିର୍ଭର କରୁଥିବା ବେଳେ ରାସ୍ତାନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ରାସ୍ତା ପାଇଁ ପ୍ରଶାସନର ନିକଟରେ ନେହୁରା ହୋଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବା ଯୋଗୁଁ ବାଧ୍ୟ ହୋଇ ଗ୍ରାମର ଶଙ୍କର ମଲିକ, ଜେବାର ମଲିକ, ସୁଦାମ ମଲିକ, ବାସା ମଲିକ ଓ ଅନ୍ୟମାନଙ୍କ ନେତୃତ୍ୱରେ ଗ୍ରାମବାସୀ ମିଳିତ ଭାବେ ରାସ୍ତା କାମ ଆରମ୍ଭ କରିଛନ୍ତି । ୮ କିଲୋମିଟର ରାସ୍ତାରୁ ପ୍ରାୟ ୨ କିଲୋମିଟର ରାସ୍ତା ନିର୍ମାଣ ଶେଷ କରିଥିବା ବେଳେ ତୁରନ୍ତ ଉକ୍ତ ରାସ୍ତାକାମ ଶେଷ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking