27.1 C
Bhubaneswar
Wednesday, June 26, 2024
Homeଅପରାଧପ୍ରେମ ବ୍ୟାପାରକୁ ନେଇ ବିଭତ୍ସ ହତ୍ୟାକାଣ୍ଡ

ପ୍ରେମ ବ୍ୟାପାରକୁ ନେଇ ବିଭତ୍ସ ହତ୍ୟାକାଣ୍ଡ

ସାଲେପୁର:  କଟକ ଜିଲ୍ଲା ସାଲେପୁର ବ୍ଲକ ଅନର୍ଗତ ଜଗତପୁର ଥାନା ଅଧୀନ ପ୍ରଧାନପଡ଼ା ଗ୍ରାମର ପରିଡ଼ାସାହିରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଣେ ଯୁବକକୁ ଗଳାକାଟି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ, ପ୍ରଧାନପଡ଼ା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ତାପସ ପ୍ରଧାନ(୨୦) ଉକ୍ତ ଗ୍ରାମର ଗୌରାଙ୍ଗ ବାରିକଙ୍କ ଝିଅକୁ ଭଲ ପାଉଥିଲେ । ଏହି ଘଟଣାକୁ ନେଇ ଗୌରାଙ୍ଗ ବାରମ୍ବାର ତାପସକୁ ତାଗିଦ୍ କରିବା ସହ ପାଟିତୁଣ୍ଡ କରିଥିଲେ । ୬ମାସ ତଳେ ଉଭୟଙ୍କ ପରିବାର ମଧ୍ୟରେ ଗ୍ରାମରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବୁଝାମଣା ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ତାପସ ଘର ପାଖରେ ଥିବା ମାଟିରମଣିଷ ପାଠାଗାରରେ ଶୋଇଥିବା ସମୟରେ କେହିଜଣେ ଧାରୁଆ ଅସ୍ତ୍ରରେ ଗଳାକାଟି ଦୌଡ଼ି ପଳାଇଥିଲା । ତେବେ ତାପସଙ୍କ ପାଟି ଶୁଣି ନିକଟରେ ଶୋଇଥିବା ଅନ୍ୟମାନେ ଉଠିଦେଖିଲା ବେଳକୁ ତାପସ ବେକରୁ ରକ୍ତସ୍ରାବ ହେବା ସହ ଛଟପଟ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଏହି ଖବର ପ୍ରଘଟ ହେବା ପରେ ଗାଁରେ କୋଳାହଳ ଲାଗିରହିଥିଲା । ଖବର ପାଇ ଘଟଣାସ୍ଥଳରେ ଜଗତପୁର ଥାନା ଅଧିକାରୀ ଅତିରିକ୍ତ ଏସ୍‌ପି ଦୁଇ ପ୍ଲାଟୁନ୍ ଫୋର୍ସ ସହ ସନ୍ଧାନୀ କୁକୁର ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଶବ ଜବତ ପରେ ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ ଜାରି ରଖିଥିବା ଜଗତପୁର ଥାନା ଆଇଆଇସି ଓମ୍‌ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking