40.1 C
Bhubaneswar
Monday, June 17, 2024
Homeଅପରାଧମା’କୁ ପନିକିରେ ହାଣି ଗୁରୁତର କଲା ପୁଅ

ମା’କୁ ପନିକିରେ ହାଣି ଗୁରୁତର କଲା ପୁଅ

ଟାଙ୍ଗୀ:  ନିଜ ମା’କୁ ପନିକିରେ ପୁଅ ଆକ୍ରମଣକରି ଗୁରୁତର କଲା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ଧାନମଣ୍ଡଳ ଗ୍ରାମରେ । ଉକ୍ତ ଗ୍ରାମର ରାଜକିଶୋର ନାୟକ ସବୁବେଳେ ମଦ୍ୟପାନ କରି ବାପା କରୁଣାକର ନାୟକ ଓ ମା’ ମଞ୍ଜୁ ନାୟକଙ୍କୁ ବାଡ଼ାବାଡ଼ି କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରେ । ପୁଅ ବୋଲି ବାପା ମା’ ସବୁ ସହିଯାହାନ୍ତି । ହେଲେ ଦିନକୁ ଦିନ ଅତ୍ୟାଚାର ବଡ଼ିଚାଲିଥିଲା । ଶୁକ୍ରବାର ବିଳମ୍ବିତ ରାତ୍ରିରେ ରାଜେଶ ମଦ୍ୟପାନ କରି ଘରକୁ ଫେରିବା ସହ ନିଜ ପତ୍ନୀକୁ ମାର୍‌ଧର୍ କରିଥିଲା । ଏ ନେଇ ରାଜେଶଙ୍କ ବାପା ଅଟକାଇବାକୁ ଯିବାରୁ ବାପାଙ୍କୁ ମାଡ଼ମାରିବା ସହ ଏକ ପନିକି ଧରି ମାରିବାକୁ ଉଦ୍ୟମ କରୁଥିବାବେଳେ ମା’ ମଞ୍ଜୁ ଅଟକାଇ ଥିଲେ । ହେଲେ ପୁଅ ମା’କୁ ମଧ୍ୟ ଛାଡ଼ି ନଥିଲା । ମା’କୁ ହାଣି ଲହୁଲୁହାଣ କରିଥିଲା । ସୌଭାଗ୍ୟବଶତଃ ମା’ ବଞ୍ଚି ଯାଇଥିବା ବେଳେ ହାତରେ ଗଭୀର ଆଘାତ ଲାଗିଛି । ଜୀବନ ବିକଳରେ ବାପ ଓ ମା’ ପୁଅ ପାଖରୁ ଖସି ଆସିବା ସହ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking