36.1 C
Bhubaneswar
Saturday, May 4, 2024
Homeଓଡିଶାଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ୍‌ରେ ଟିକାକରଣ

ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ୍‌ରେ ଟିକାକରଣ

ଭୁବନେଶ୍ୱର : ଆସନ୍ତାକାଲିଠୁ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ ହେବ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରାଯିବ ବୋଲି ଟାର୍ଗେଟ ରହିଛି । ରାଜ୍ୟର ସମସ୍ତ ବ୍ଲକ୍ ଓ ମ୍ୟୁନିସପାଲିଟିରେ କ୍ୟାମ୍ପେନ୍ ମୋଡ୍‌ରେ ହେବ ଟିକାକରଣ । ରାଜ୍ୟ ଆଣିଥିବା ଓ କେନ୍ଦ୍ର ଯୋଗାଇଥିବା ଟିକା ଲୋକଙ୍କୁ ଦିଆଯିବ । ବ୍ଲକ୍ ଓ ଏନ୍‌ଏସିରେ ୫, ପୌର ପରିଷଦରେ ୧୦ ଏବଂ ମହାନଗର ନିଗମରେ ୨୦ଟି ସେସନ କରାଯାଇଛି । ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଦେବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଭଳ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ପଞ୍ଜୀକରଣ ସହ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ । ଏଥିସହ ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଆସନ୍ତା କାଲିଠାରୁ ୨ହଜାର ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ବର୍ତ୍ତମାନ ୧୦ଲକ୍ଷ କୋଭିସିଲ୍ଡ ଓ ୪ଲକ୍ଷ କୋଭାକ୍ସିନ୍ ମଯବୁତ୍ ରହିଛି । ଉଭୟ ଅନ୍‌ଲଶଇନ୍ ଓ ଅଫ୍ସ୍‌ଟ୍ ମାଧ୍ୟମରେ ଟିକାରଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking