27.1 C
Bhubaneswar
Thursday, April 25, 2024
Homeଓଡିଶାନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି

ନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି

ଯାଜପୁର : ନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ। ମୃତ ଯୁବକ ଦ୍ୱୟ ବାଲିଆ ଗ୍ରାମର ଶରତ ମିଶ୍ରଙ୍କ ପୁଅ ସୁନୀଲ ମିଶ୍ର (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୧୮) ବୋଲି ଜଣାପଡିଛି। ଆଜି ଦିନ ୧୧ଟା ସମୟରେ ଦୁଇ ଯୁବକ ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ନଦୀରେ ବୁଡି ଯାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ବୁଡିବାର ଘଣ୍ଟାକ ପରେ ପ୍ରଥମେ ଗ୍ରାମବାସୀଙ୍କ ଦ୍ବାରା ଜିତେନ୍ଦ୍ର ଉଦ୍ଧାର ହୋଇଥିଲେ। ପରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ସୁନୀଲକୁ ଉଦ୍ଧାର କରିଥିବା ଜଣାଯାଇଛି। ଦୁଇ ଜଣ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking