30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଭିକାରିଙ୍କୁ ଟିକାକରଣ ପ୍ରସଙ୍ଗ : କେନ୍ଦ୍ର, ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ଭିକାରିଙ୍କୁ ଟିକାକରଣ ପ୍ରସଙ୍ଗ : କେନ୍ଦ୍ର, ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ :  ବାସହୀନ ଭିକାରିଙ୍କୁ କୋଭିଡ୍ ଟିକାକରଣ ଏବଂ ଥଇଥାନ କରାଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଭିକାରିଙ୍କୁ ଟିକା ବ୍ୟବସ୍ଥା କରାନଗଲେ ସେମାନେ କୋଭିଡ୍‌ର ସୁପର ସ୍ପ୍ରେଡର ପାଲଟିବାର ଆଶଙ୍କା ରହିଛି ବୋଲି ଦର୍ଶାଇ କୁଶ୍ କାଲ୍‌ରା ନାମକ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଜଷ୍ଟିିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମ.ଆର.ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରିଛନ୍ତି । ଭିକ୍ଷାବୃତ୍ତି ଏକ ସାମାଜିକ-ଅର୍ଥନୈତିକ ସମସ୍ୟା ହୋଇଥିବାରୁ ସରକାର ଏ ପ୍ରସଙ୍ଗରେ କୌଣସି ଉପରଠାଉରିଆ ମନ୍ତବ୍ୟ ନଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ସହାୟତା କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking