22.1 C
Bhubaneswar
Thursday, December 5, 2024
Homeଓଡିଶାମାଫିଆଙ୍କ ଆକ୍ରମଣ ପରେ ଆକସନ୍‌ ମୋଡ୍‌ରେ ଉପଜିଲ୍ଲାପାଳ

ମାଫିଆଙ୍କ ଆକ୍ରମଣ ପରେ ଆକସନ୍‌ ମୋଡ୍‌ରେ ଉପଜିଲ୍ଲାପାଳ

ବାଲେଶ୍ୱର : ବାଲେଶ୍ୱରରେ ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍‌ଡୋଜର୍‌ । ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ପରେ ଆକସନ୍‌ ମୁଡ୍‌ରେ ପୋଲିସ ପ୍ରଶାସନ । ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳରେ ଥିବା ବେଆଇନ ଇଟା ଭାଟିକୁ ବୁଲ୍‌ଡୋଜର ଲଗାଇ ଭଙ୍ଗା ଯାଉଛି ।

ଏଥିସହ ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଗଲାଣି । ଗିରଫଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୩ ମହିଳା ଅଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦହପଡ଼ା ଓ କଣ୍ଟାବଣିଆ ଗାଁରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ଉପଜିଲ୍ଲାପାଳ ।

ଏହାରି ମଧ୍ୟରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ବେଆଇନ ଇଟାଭାଟି ମାଟିରେ ମିଶାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking