30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗବ୍ରିଟେନ ଫେରନ୍ତା ଶିଶୁ ପଜିଟିଭ ଚିହ୍ନଟ

ବ୍ରିଟେନ ଫେରନ୍ତା ଶିଶୁ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରକୁ ଗତ ୧୪ ଦିନ ମଧ୍ୟରେ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତ ୨୦ ତାରିଖରେ ବାପାମାଙ୍କ ସହିତ ଶିଶୁ ବ୍ରିଟେନରୁ ଫେରିଥିବା ସୂଚନା ରହିଛି । ବାପାମାଙ୍କର କୋଭିଡ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଏବେ ବାପା, ମା ଓ ଶିଶୁକୁ ଇନଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି । ଆସନ୍ତାକାଲି ବାପା ଓ ମାଙ୍କର ପୁଣି କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ମିଳିବା ପରେ ସମସ୍ତଙ୍କ ମନରେ ପୁଣି ଛନକା ପଶିଛି । ସେଥିପାଇଁ ଏବେ ପୁଣି ସରକାର ସଜାଗ ହୋଇଛନ୍ତି । ଏଥିନେଇ ପୁଣି ଆରମ୍ଭ ହୋଇଯାଇଛି ସତର୍କତା । ଆଜି ବିଏମ୍‌ସି ଅଞ୍ଚଳରେ ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫ ଲୋକାଲ୍‌ କେସ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking