28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶୟୁଜିସି ନେଟ ୨୦୨୧ ପରୀକ୍ଷା ସ୍ଥଗିତ

ୟୁଜିସି ନେଟ ୨୦୨୧ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହେବାକୁ ଥିବା ୟୁଜିସି ନେଟ ପରୀକ୍ଷା ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ମଙ୍ଗଳବାର ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ପରୀକ୍ଷାର ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ବର୍ତମାନ ସମଗ୍ର ଦେଶରେ କରୋନା ଭାଇରସ ସଂକ୍ରମଣ କାରଣରୁ ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଉଛି । ଏହାବ୍ୟତୀତ ଅନେକ ରାଜ୍ୟରେ କରୋନା ପାଇଁ କଠୋର ପଦକ୍ଷେପମାନ ମଧ୍ୟ ଗ୍ରହଣ କରାଯାଇଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ‘ପରୀକ୍ଷାର୍ଥୀ ଏବଂ ଅଧିକାରୀମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୟୁଜିସି ନେଟ ଡିସେମ୍ବର ୨୦୨୦ (ମେ ୨୦୨୧) ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ପରାମର୍ଶ ଦେଇଛି । ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ କୋଭିଡ ୧୯ରୁ ରକ୍ଷା ପାଇବା ପାଇଁ ସବୁ ନିୟମ ମାନିବାକୁ ଅନୁରୋଧ କରୁଛି’ ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୟୁଜିସି ନେଟ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିସାରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ନମ୍ବର ୦୧୧୪୦୭୫୯୦୦୦ ଜାରି କରିଛନ୍ତି । ଯେଉଁଥିରେ କଲ୍ କରି ସେମାନେ ଏହି ପରୀକ୍ଷା ସହ ସମ୍ବନ୍ଧିତ ବିସ୍ତୃତ ବିବରଣୀ ପାଇପାରିବେ । ଏହାବ୍ୟତୀତ ugcnet@nta.ac.un ଇମେଲ କରି ଆବଶ୍ୟକୀୟ ତଥ୍ୟ ମଧ୍ୟ ପାଇପାରିବେ ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଙ୍କ କହିବା କଥା ହେଲା ଯେ, ଏହାର ନୂଆ ତାରିଖ ଘୋଷଣା ପରୀକ୍ଷାର ପ୍ରାୟ ୧୫ ଦିନ ପୂର୍ବରୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking