27.6 C
Bhubaneswar
Monday, January 6, 2025
Homeଓଡିଶାଅନଲାଇନରେ ହୋଇପାରେ ୟୁଜି, ପିଜି ପରୀକ୍ଷା

ଅନଲାଇନରେ ହୋଇପାରେ ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହୋଇପାରେ ୟୁଜି, ପିଜି ପରୀକ୍ଷା । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଅନଲାଇନରେ ପରୀକ୍ଷା କରାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ, ଆସନ୍ତା ୧୯ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ ରହିବ । ଶ୍ରେଣୀ ଗୃହ କ୍ଲାସ ଏବଂ ସମସ୍ତ ପରୀକ୍ଷା ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ । ହଷ୍ଟେଲ ବନ୍ଦ ଘୋଷଣା ସହ ୧୯ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସମୟରେ ସିଲାବସ୍ ସାରିବାକୁ ଅନଲାଇନ କ୍ଲାସ ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । ପଲିଟେକ୍ନିକ, ଡିପ୍ଲୋମା କଲେଜ ଓ ୟୁନିଭରସିଟି ମଧ୍ୟ ୧୯ ତାରିଖରୁ ବନ୍ଦ ରହିବ । ସମସ୍ତ କ୍ଲାସ ଅନଲାଇନରେ କରାଯିବ । ଏସଡି ଓ ଟିଇ ବିଭାଗ ତାରିଖ ଓ ପରୀକ୍ଷା ନେଇ ପରେ ନିଷ୍ପତ୍ତି ନେବେ । ସମସ୍ତ ଅଫଲାଇନ ଡିପ୍ଲୋମା ପରୀକ୍ଷା, ୨୬ ତାରିଖ ସୁଦ୍ଧା କୋଭିଡ ଲାଇନ ମାନି ସମାପ୍ତ କରିବାକୁ ପରାମର୍ଶ ରହିଛି । କେହି ବି ହଷ୍ଟେଲରେ ରହିବେନି । ଯଦି ସ୍କଲାର୍ସ, ରିସର୍ଚ୍ଚର୍ସ ଓ ଛାତ୍ରଛାତ୍ରୀ କିଛି ରିସର୍ଚ୍ଚ, ପ୍ରୋଜେକ୍ଟ କାମ କିମ୍ବା ଅନ୍ୟ ଏକାଡେମିକ କାର୍ଯ୍ୟ ପାଇଁ ହଷ୍ଟଲରେ ରହିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ତାଙ୍କୁ ସେହି ଇନଷ୍ଟିଚ୍ୟୁସନକୁ ଅଣ୍ଡରଟେକିଂ ଦେବାକୁ ପଡିବ । ସମସ୍ତ ଷ୍ଟାଫ କଭିଡ ଗାଇଡଲାଇନ ମାନି ସେମାନଙ୍କ ଅନଲାଇନ କ୍ଲାସ, ଏକାଡେମିକ, ସେମି ଏକାଡେମିକ କାର୍ଯ୍ୟ କରିପାରିବେ । କୋଚିଂ ସେଣ୍ଟର ଅଫଲାଇନରେ ଚାଲିପାରିବ ନାହିଁ ଆସନ୍ତା କାଲିଠାରୁ । ମାତ୍ର ଅନଲାଇନ ମୋଡ୍‌, କିମ୍ବା ଭର୍ଚୁଆଲ ମୋଡ ରେ ସେମାନେ କୋଚିଂ କରିବାକୁ ଅନୁମତି ମିଳିବ ।

ସୂଚନାଯୋଗ୍ୟ, ବର୍ତମାନ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଛି । ଆଜି ରାଜ୍ୟରେ ୩୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୁଳରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗୀରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେବଗଡରୁ ୧୯, ଢେଙ୍କାନାଳରୁ ୧୬, ଗଜପତିରୁ ୧୮, ଗଂଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡାରୁ ୮୯, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରାପଡାରୁ ୨୨, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩, ମାଲକାନଗିରିରୁ ୩, ମୟୁରଭଂଜରୁ ୭୧, ନବରଙ୍ଗପୁରରୁ ୧୫୬, ନୟାଗଡରୁ ୧୫, ନୂଆପଡାରୁ ୧୪୦, ପୁରୀରୁ ୧୧୪, ରାୟଗଡାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁରରୁ ୪୨, ସୁନ୍ଦରଗଡରୁ ୫୨୩, ଷ୍ଟେଟ ପୁଲରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ୧୬୮୮୯ଟି ଆକ୍ଟିଭ କେସ ରହିଥିବା ବେଳେ ୩୪୨୫୭୦ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking