ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି ମାରିପାରେ ବିଜେପି । ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କ ସାମ୍ନାରେ ଫ୍ଲୋର ଟେଷ୍ଟ ଦାବି କରିଛି ଦଳ । ଏହା ବ୍ୟତୀତ ଆସନ୍ତା ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ଧବ ଠାକରେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟପାଳ । କାଲି ହୋଇପାରେ ଫ୍ଲୋର ଟେଷ୍ଟ । କାଲି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଉଦ୍ଧବ ଠାକରେ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟପାଳ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ହୋଇପାରେ ଫ୍ଲୋର ଟେଷ୍ଟ । ଅନ୍ୟପଟେ କାଲି ମୁମ୍ବାଇ ଫେରିବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ବ୍ୟାଗ୍ ପ୍ୟାକ୍ କରିବାକୁ ହୋଟେଲ କର୍ମଚାରୀଙ୍କୁ କହିଛନ୍ତି ବିଧାୟକ । ଏହା ସହ ଗୁଆହାଟୀରେ କାମାକ୍ଷା ମନ୍ଦିରରେ ଦର୍ଶନ କରିଛନ୍ତି ଏକନାଥ ସିନ୍ଦେ ।