28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଇଡି ସ୍କାନର୍‌ରେ ଶିବସେନାର ବହୁ ନେତା

ଇଡି ସ୍କାନର୍‌ରେ ଶିବସେନାର ବହୁ ନେତା

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବେସନା ନେତା ସଞ୍ଜୟ ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ (ଆଇଟି) ସ୍କାନର୍‌କୁ ଆସିଛନ୍ତି । ଏକ ଜମି କିଣାବିକାରେ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ୍ ଜାରି କରିଛି । ତେବେ କେବଳ ସଞ୍ଜୟ ରାଉତ ନୁହନ୍ତି ଆହୁରି ଅନେକ ଶିବସେନା ନେତାଙ୍କୁ ମଧ୍ୟ ବିଭିନ୍ନ ମାମଲାରେ ସମନ ମିଳିଛି । ସେହିପରି ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ କ୍ୟାମ୍ପ୍‌ରେ ଯୋଗଦେଇଥିବା ପାର୍ଟିର ୧୦ରୁ ୨୦ ଜଣ ବିଧାୟକ ମଧ୍ୟ ଇଡି ଏବଂ ଆଇଟି ସ୍କାନର୍‌ରେ ରହିଛନ୍ତି ।

ଅନୀଲ୍ ପରବ: ମହାରାଷ୍ଟ୍ର ସରକାରରେ ପରିବହନ ମନ୍ତ୍ରୀ ଥିବା ଶିବସେନାର ପମୁଖ ରଣନୀତିକାର ଅନୀଲ୍ ପରବ ରତ୍ନଗିରି ଜିଲ୍ଲାର ଡାପୋଲିରେ ଥିବା ଏକ ରିସୋର୍ଟ ନିର୍ମାଣରେ ଆର୍ଥିକ ଅନିୟମିତତା ନେଇ ଇଡି ତଦନ୍ତର ସମ୍ମୁଖ ହୋଇଛନ୍ତି । ନିକଟରେ ତାଙ୍କୁ କ୍ରମାଗତ ତୃତୀୟ ଦିନ ପାଇଁ ଇଡି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ।

ପ୍ରତାପ ସରନାଏକ: ଏବେ ବିଦ୍ରୋହୀ ସିନ୍ଦେ କ୍ୟାମ୍ପ୍‌ରେ ଯୋଗ ଦେଇଥିବା ତିନିଥରର ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବିରୋଧରେ ୭୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଇଡି ତଦନ୍ତ କରୁଛି । ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ଏକ ମାମଲାରେ ତାଙ୍କର ୧.୩୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ।

ଯଶୱନ୍ତ ଜାଧବ: ପୂର୍ବତନ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ସଦସ୍ୟ ଏବଂ ଦୁଇଥରର କର୍ପୋରେଟର୍ ଯଶୱନ୍ତ ଜାଧବଙ୍କ ବିରୋଧରେ ହାୱାଲା ନେଟ୍‌ୱାର୍କ ସହିତ ସମ୍ପୃକ୍ତ ଥିବା ଅଭିଯୋଗରେ ଆଇଟି ଏବଂ ଇଡି ତଦନ୍ତ ଚଳାଇଛି ।

ଭାବନା ଗାୱଲି: ନିଜର ଏକ ଏନ୍‌ଜିଓ ସମ୍ପର୍କିତ ମନି ଲଣ୍ଡରିଂ ଅଭିଯୋଗରେ ଶିବସେନା ସାଂସଦ ଭାବନା ଗାୱାଲିଙ୍କ ବିରୋଧରେ ଇଡି ତଦନ୍ତ ଚଳାଉଥିବା ବେଳେ ତାଙ୍କର ଜଣେ ସହଯୋଗୀ ସଇଦ୍ ଖାନ୍‌ଙ୍କୁ ଗତବର୍ଷ ଗିରଫ କରିଥିଲା । ଏହା ସହିତ ୩.୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ୨୦୨୦ରେ ଭାବନା ଏବଂ ତାଙ୍କ ସହଯୋଗୀ ବେନିୟମ ଭାବେ ଏନ୍‌ଜିଓକୁ କମ୍ପାନୀରେ ପରିବର୍ତ୍ତନ କରିଥିବା ଇଡି ଅଭିଯୋଗ କରିଛି ।

ଅର୍ଜୁନରାଓ ପଣ୍ଡିତରାଓ ଖୋଟକର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟ ସହଯୋଗୀ ଶିବସେନା ନେତା ଅର୍ଜୁନରାଓ ପଣ୍ଡିତରାଓ ଖୋଟକର ଏକ ବ୍ୟାଙ୍କ ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ନଜରରେ ରହିଛନ୍ତି । ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ୍ (ଏମ୍‌ଏସ୍‌ସିବି)ରେ ୨୫ ହଜାର କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଥିଲା । ଏହି ବ୍ୟାଙ୍କରୁ ଲୋନ୍ ନେଇଥିବା ଖୋଟକର୍‌ଙ୍କ ଏକ ସୁଗାର୍ ଫ୍ୟାକ୍ଟ୍ରି ଏହା ପଇଠ କରିବାରେ ବିଫଳ ହୋଇଥିଲା । ଏହି ସୁଗାର୍ ଫ୍ୟାକ୍ଟ୍ରି ୨୩୫ ଏକର ଜମି ଉପରେ ସ୍ଥାପିତ ହୋଇଥିବା ବେଳେ ୧୦୦ ଏକର ଜମି ଆର୍ଥିକ ଦେଣଦେଣ ବିନା ଅଧିଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking