33.1 C
Bhubaneswar
Sunday, April 28, 2024
Homeଓଡିଶାମଶାଣୀକୁ ବିରୋଧ କରି ଶବଦାହ କରିବାକୁ ଦେଲେନି

ମଶାଣୀକୁ ବିରୋଧ କରି ଶବଦାହ କରିବାକୁ ଦେଲେନି

ଉଦଳା : ଗ୍ରାମ ନିକଟରେ ହୋଇଥିବା କୋଭିଡ ମଶାଣୀକୁ ବିରୋଧ କରି ଏକଜୁଟ୍ ହୋଇଛନ୍ତି ଗ୍ରାମବାସୀ । ତତସହିତ ଦାହ ହେବା ନିମନ୍ତେ ଆସିଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ପୋଡିବାକୁ ଦେଇନାହାନ୍ତି ଗ୍ରାମବାସୀ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ ଅଂଚଳରେ ।
କପ୍ତିପଦା ବ୍ଲକ ଅଧିନ କୁହ୍ଲାସାହିରେ ପ୍ରଶାସନ ପକ୍ଷରୁ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ କୋଭିଡ ମଶାଣୀ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇଥିଲା । ହେଲେ ଆଜି ଯେତେବେଳେ କରୋନାରେ ମୃତ ଜଣେ ବ୍ୟକ୍ତିଙ୍କ ମୃତଦେହ ଦାହ ହେବା ନିମନ୍ତେ ମଶାଣୀକୁ ଆସିଥିଲା ସେତେବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଛନ୍ତି । ଗ୍ରାମ ନିକଟରେ କୋଭିଡ ମଶାଣୀକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକଜୁଟ୍ ହୋଇଛନ୍ତି । ଏବେ ସୁଦ୍ଧା ପ୍ରାୟ ଏକ ଘଂଟା ହେବ ମୃତଦେହ ଆସି ଗ୍ରାମ ମୁଣ୍ଡରେ ପହଂଚିଥିଲେ ସୁଦ୍ଧା ଦାହ ହୋଇପାରିନାହିଁ । କପ୍ତିପଦା ତହସିଲଦାର ଏବଂ ବିଡିଓ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ଲୋକେ ମାନିବାକୁ ନାରାଜ । ଅନ୍ୟପଟେ ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking