26.1 C
Bhubaneswar
Friday, March 29, 2024
Homeଆଇପିଏଲ୍ -2022ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ, ୪ ଓ୍ବିକେଟରେ ଜିତିଲା ମୁମ୍ବାଇ

ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ, ୪ ଓ୍ବିକେଟରେ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚରେ ମୁମ୍ବାଇ ଆଗରେ ୨୧୯ ରନର ବିଶାଳ ଲକ୍ଷ୍ୟ ରଖିଥିଲା ଚେନ୍ନାଇ ସୁପର କିଙ୍ଗସ । ଏହାର ଯବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୧୯ରନ୍ ବାଜିମାତ୍ କରିଛି । ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଶେଷ ଓଭରରେ ୧୬ ରନ ଦରକାର ହେଉଥିବାବେଳେ କେରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଯ଼ୋଗୁଁ ମୁମ୍ବାଇ ବିଜୟୀ ହୋଇପାରିଛି । ପୋଲାର୍ଡ ମାତ୍ର ୩୪ ବଲରେ ୮୭ ରନ କରି ଚେନ୍ନାଇ ହାତରୁ ବିଜୟ ଛଡ଼ାଇନେଇଥିଲେ । କ୍ବିଣ୍ଟନ ଡିକକ୍ ୩୮ ରନ, ରୋହିତ ଶର୍ମା ୩୫ ରନ ଓ କୁନାଲ ପାଣ୍ଡ୍ୟା ୩୨ରନ କରିଥିଲେ ।

ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ ଗାଇକ୍ବାଡଙ୍କ ଓ୍ବିକେଟ ହରାଇଥିଲେ ମଧ୍ୟ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡୁ ପ୍ଲେସିସ ୫୦ ଓ ମୋଇନ ୫୮ ରନ କରିଥିଲେ । ତେବେ ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ସ୍ଲଗ ଓଭରରେ ଅମ୍ବାତି ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ । ସେ ମାତ୍ର ୨୬ଟି ବଲ ଖେଳି ୭ ଛକା ୩ ଚୌକା ସହ ୬୮ ରନ କରିଥିଲେ । ରବିନ୍ଦ୍ର ଜାଦେଜା ୨୨ଟି ବଲରୁ ୨୨ ରନ କରିଥିଲେ । ଫଳରେ ଚେନ୍ନାଇ ୨୦ ଓଭରରେ ୨୧୮ ରନ କରିଥିଲା । ମୁମ୍ବାଇ ପକ୍ଷରୁ କେରନ ପୋଲାର୍ଡ ୨ଟି ତଥା ଟ୍ରେଣ୍ଟ ବୋଲ୍ଟ ଓ ଯ଼ଶପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking