35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ

ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ । ଆସନ୍ତା ୫ ତାରିଖରୁ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ୟୁଏଇ ଯାଇପାରିବେ । ତେବେ ଏଥିପାଇଁ ଭାରତୀୟ ନାଗରିକଙ୍କ ପାଖରେ ବୈଧ ପ୍ରମାଣପତ୍ର ସହ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଜରୁରୀ । ଭାରତ, ପାକିସ୍ତାନ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା ଏବଂ ଉଗାଣ୍ଡା ଭଳି ୬ଟି ଦେଶ ପାଇଁ ପ୍ରତିବନ୍ଧକ ହଟାଇଛି ୟୁଏଇ । ତେବେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂୂଳକ । ସ୍ୱାସ୍ଥ୍ୟକର୍ମୀ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ କଟକଣା କୋହଳ ସହ ଟିକାର ଦୁଇଟି ଡୋଜ୍ ନେଇନଥିଲେ ବି ସେମାନେ ୟୁଏଇ ଯାଇପାରିବେ । ଭାରତରେ କରୋନା ଦ୍ୱୀତିୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୨ ତାରିଖରୁ ବିମାନ ଯାତ୍ରା ଉପରେ କଟକଣା ଲଗାଇଥିଲା ୟୁଏଇ । ସେପଟେ କୋଭିସିଳ୍ଡର ଦୁଇଟି ଡୋଜ୍ ନେଇଥିଲେ ସ୍ପେନ୍ ଯାଇପାରିବେ ଭାରତୀୟ ନାଗରିକ । କୋଭିଡ୍ କଟକଣା କୋହଳ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ପେନ୍ ସରକାର । ତେବେ ଯାତ୍ରାର ୧୪ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ୍ ନେଇଥିବା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking