27.8 C
Bhubaneswar
Friday, April 19, 2024
Homeକରୋନାସମଗ୍ର ବିଶ୍ବରେ ୨୦ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସମଗ୍ର ବିଶ୍ବରେ ୨୦ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦,୨୬୪,୩୫୬ରେ ପହଞ୍ଚିଛି। ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ୩୬,୦୪୯,୦୧୫ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା କରୋନାଭାଇରସ୍‌ ସଂକ୍ରମଣ ମାମଲାରେ ବିଶ୍ବର ସର୍ବାଗ୍ରେ ରହିଛି। ସେମାନଙ୍କ ମଧ୍ୟରୁ ୨୯,୭୫୬,୫୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩୦,୪୯୭ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି। ଏବେ ଆମେରିକାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫,୬୬୧,୯୩୨। ସମୁଦାୟ ୩୧,୭୬୭,୯୬୫ କରୋନାଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଥାଇ ଭାରତ ବିଶ୍ବର ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦,୯୨୫,୩୪୮ଜଣ ଆରୋଗ୍ୟ ହୋଇଥିବା ବେଳେ ୪୨୫,୭୮୯ଜଣ ପ୍ରାଣ ହରାଇଛନ୍ତି। ଏବେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ରହିଛି ୪୧୬,୮୨୮। କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌। ସେଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୯,୯୮୬। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୪୬,୮୬୫। ଏହା ବ୍ୟତିରେକେ, ବ୍ରାଜିଲ୍‌ରେ ୫୫୮,୫୯୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନାଭାଇରସ୍‌ ମହାମାରୀର ଚତୁର୍ଥ ସ୍ଥାନରେ ରହିଛି ରୁଷ୍। ରୁଷ୍‌ରେ ସମୁଦାୟ ୬,୩୩୪,୧୯୫ଜଣ ଆକ୍ରାନ୍ତ ହୋଇଛନ୍ତି, ୫,୬୫୯,୭୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୬୦,୯୨୫ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ରୁଷ୍‌ ପଛକୁ ଯଥାକ୍ରମେ ରହିଛନ୍ତି, ଫ୍ରାନ୍ସ୍‌, ଇଂଲଣ୍ଡ୍‌, ତୁର୍କୀ, ଆର୍ଜେଣ୍ଟିନା ସମେତ ବିଶ୍ବର ୨୧୯ଟି ଦେଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking