34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦେଶରେ ଚିନ୍ତା ବଢ଼ାଉଛି ଆର୍‌ ଫ୍ୟାକ୍ଟର

ଦେଶରେ ଚିନ୍ତା ବଢ଼ାଉଛି ଆର୍‌ ଫ୍ୟାକ୍ଟର

ଆଦିଲ୍ଲୀ: ଦେଶରୁ ଏବେ ବି ଯାଇନି କରୋନାର ଦ୍ୱିତୀୟ ଲହର । ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ ୮ଟି ରାଜ୍ୟରେ ଆର୍‌ ଫ୍ୟାକ୍ଟର ଅଧିକ ରହିବା ଉଦ୍‌ବେଗର ବିଷୟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ଓଡ଼ିଶାରେ ଏବେ ସଂକ୍ରମଣ ତଳମୁହାଁ ରହିଛି ତୃତୀୟ ଲହର ଆସିଲେ ବି ଏହା ଦ୍ୱିତୀୟ ଲହର ଭଳି ପ୍ରଭାବୀ ହେବ ନାହିଁ ବୋଲି ଡିଏମ୍ଇଟି ଆଶ୍ୱସ୍ତ କରିଛନ୍ତି ।
ହେଲେ ବିଶ୍ୱର ଅନେକ ଦେଶରେ ଏବେ ମଧ୍ୟ ଦୈନିକ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ରହିଛି । ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ସହିତ ଭାରତରେ ଚିନ୍ତାଜନକ ରହିଛି ସ୍ଥିତି । କାରଣ ଏ ସବୁ ଦେଶରେ ଆର୍ ଫ୍ୟାକ୍ଟର ୧.୨ ରହିଛି । ଅର୍ଥାତ ୧୦ ଜଣ ସଂକ୍ରମିତ ବ୍ୟକ୍ତି ୧୨ ଜଣଙ୍କୁ ସଂକ୍ରମିତ କରୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଆମ ଦେଶର ୮ ରାଜ୍ୟରେ ଆର୍ ଫ୍ୟାକ୍ଟର ୧ ରୁ ଅଧିକ ରହିଛି । ସେହିଭଳି ଦେଶରୁ ଏପର୍ଯ୍ୟନ୍ତ ଦ୍ୱିତୀୟ ଲହର ଯାଇନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ।

୧୮ଟି ଜିଲ୍ଲାରେ ପଜିଟିିଭ୍ ସଂଖ୍ୟା ବଢୁଥିବା ବେଳେ କେବଳ କେରଳରୁ ରହିଛି ୧୦ଟି ଜିଲ୍ଲା । କରୋନା ଗ୍ରାଫ୍ ଉପରମୁହାଁ ରହୁଥିବା ୧୮ ଜିଲ୍ଲାରେ ପୁରା ଦେଶର ୪୭.୫ ପ୍ରତିଶତ କେସ୍ ଦେଖିବାକୁ ମିଳିଛି । ଆଉ ଏହାର ମୂଳରେ ରହିଛି କରୋନାର ଡେଲ୍‌ଟା ଭାରିଆଣ୍ଟ । କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରର ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଥାର୍ଡ ୱେଭ୍ ଅଗଷ୍ଟରେ ଆସି, ସେପ୍ଟେମ୍ବର ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ । ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଏବେ ବି ଆକଳନ ସ୍ଥିତିରେ ଅଛି । ଯଦି ବି ଏହା ଆସେ, ତେବେ ଓଡ଼ିଶାରେ ସେତେଟା ପ୍ରଭାବୀ ହେବନି । ତଥାପି ସେଥିପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର ମଧ୍ୟ କହିଛନ୍ତି, ୧୧ ସପ୍ତାହ ପରେ ସାପ୍ତାହିକ ସଂକ୍ରମଣ ହାର ବଢ଼ିଛି । ଆରୋଗ୍ୟ ତୁଳନାରେ ନୂଆ କୋଭିଡ ମାମଲା ଅଧିକ ରହୁଛି । ଆର୍-ଭାଲ୍ୟୁ ଏକରୁ ଅଧିକ ଅଛି । ଏହି ୩ଟି ସୂଚକାଙ୍କ କହୁଛି, ଆଗକୁ ଦେଶରେ କେସ୍ ଲୋଡ୍‌ ବଢିବ । ଯାହାକି ତୃତୀୟ ଲହର ଆଶଙ୍କାକୁ ଏକପ୍ରକାର ସ୍ପଷ୍ଟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking