29.1 C
Bhubaneswar
Monday, October 26, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ପୁରୁଣା କଟକ- ସମ୍ବଲପୁର ରାସ୍ତାର କୋତ୍ତମଠାରେ ରବିବାର ବିଳମ୍ବିତ ରାତିରେ ଏକ ପିକଅପ ଧକ୍କାରେ ବିପରୀତ ଦିଗରୁ ସ୍କୁଟିରେ ଆସିଥିବା ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣ ଗୁରୁତର ଅଛନ୍ତି । ୩ ଜଣ ଯୁବକ ଭୁବନେଶ୍ୱରରୁ ସ୍କୁଟିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଓ ଆହତମାନଙ୍କ ପରିଚୟ ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking