ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡ ଠାରେ ସ୍ୱେରେଜ କାମ ଚାଲିଥିବା ସମୟରେ ଅଘଟଣ ଘଟିଛି । ଏଥିରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ବଡଗଡ ଥାନ ଅନ୍ତର୍ଗତ ବ୍ରହ୍ମେଶ୍ୱରବାଗ ଅଞ୍ଚଳର ଏହି ଘଟଣା ଘଟିଛି । ସ୍ୱେରେଜ ଟାଙ୍କୀକୁ ସଫା କରିବା ପାଇଁ ୨ଜଣ ଶ୍ରମିକ ଭିତରକୁ ଯାଇଥିଲେ ଏବଂ ସଫା କରିବା ଅବସ୍ଥାରେ ଯେତେବେଳେ ତଳକୁ ଓହ୍ଲାଇଥିଲେ ସେତେବେଳେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଏହାପରେ ସେ ଆଉ ବାହାରି ପାରି ନଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ଓ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ସ୍ୱେରେଜ ଟାଙ୍କୀରେ କାମ କରୁଥିବା ବେଳେ ଯେଉଁ ସାବଧାନତା ଅବଲମ୍ବନ କରିବା କଥା ସେମାନେ କରିନଥିଲେ । ଯେଉଁଥିପାଇଁ ତାଙ୍କର ଶ୍ୱାସ ରୁଦ୍ଧ ହୋଇଥିଲା ଓ ମୃତ୍ୟୁ ହୋଇଥିଲା ।