37.1 C
Bhubaneswar
Saturday, April 20, 2024
Homeଅପରାଧଶିଶୁ କନ୍ୟା ସହ କଲେ ଏପରି...

ଶିଶୁ କନ୍ୟା ସହ କଲେ ଏପରି…

ରାଞ୍ଚି : ରାଞ୍ଚି ଠାରୁ ପ୍ରାୟ ୫୦ କିଲୋମିଟର ଦୁର ଅନଗଡା ଥାନା କ୍ଷେତ୍ରରେ ସତାକି ପଞ୍ଚାୟତର ଭେଲୱାଟି ଗ୍ରାମରେ ଏକ ହୃଦୟ ବିଦାରକ ଖବର ସାମନାକୁ ଆସିଛି । ଏଠାରେ ଏକ ୪୨ ଦିନା କଅଁଳ ଶିଶୁକୁ କେହି ଜଣେ ଜୀଅନ୍ତା ଅବସ୍ଥାରେ ପୋଡି ଦେଇଛି । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଶିଶୁଟିର ମା’ ତା’ ପାଖରେ ନଥିଲେ । ଏହି ଘଟଣା ସମ୍ପର୍କରେ ଶିଶୁର ମା’ ସୁନିତା ଦେବୀଙ୍କ କହିବା ଅନୁଯାୟୀ ସେ ତାଙ୍କ ଶିଶୁକୁ ଶୁଆଇ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ଘରେ କେହି ନଥିଲେ । ସେ ଗାଧୋଇସାରି ଫେରିବା ପରେ ଶିଶୁକୁ ଆଉ ପାଇ ନଥିଲେ ।
ଏହାପରେ ପରିବାରବର୍ଗ ଶିଶୁଟିକୁ ଘର ଆଖପାଖରେ ଖୋଜିଥିଲେ କିନ୍ତୁ ପାଇନଥିଲେ । ଏହାପରେ ଘରଠାରୁ ୨୦୦ ମିଟର ଦୂରରେ ଏକ ଖାଲ ଭିତରୁ ଧୁଆଁ ଉଠୁଥିବାର ଦେଖାଗଲା । ସେଠାରେ ଯାଇ ଦେଖିବା ବେଳକୁ ଶିଶୁଟିର ମୃତ ଶରୀର ଜଳନ୍ତା ଅବସ୍ଥାରେ ପଡିଥିଲା । ଯାହା ସମ୍ପୁର୍ଣ୍ଣ ଭାବରେ ପୋଡି ହୋଇ ଯାଇଥିଲା ।

ଏହି ଘଟଣାର ସୂଚନା ଶିଶୁର ପିତା ଭବେଶ୍ୱର ମେହେତାଙ୍କୁ ଦିଆଯାଇଥିଲା । ସେ ରାଞ୍ଚିରେ ଶ୍ରମିକ ଭବେ କାର୍ଯ୍ୟ କରନ୍ତି । ଏହି ଖବର ପାଇଁ ପୋଲିସ ସେଠାରେ ପହଞ୍ଚିଥିଲା ଓ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

କୁହାଯାଉଛି କି, ଏହି ଶିଶୁ ଟିର ବାପା , ମା’ଙ୍କ ବିବାହ ୨୦୧୭ରେ ହୋଇଥିଲା ଏବଂ ତାଙ୍କର ଜଣେ ବଡ ଝିଅ ମଧ୍ୟ ଅଛି । ତେବେ ଶିଶୁ ଟି ସହ ଏପରି ଜଘନ୍ୟ କାମ କିଏ ଓ କାହିଁକି କଲା ତାହା ଜଣାପଡି ନାହିଁ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking