18.1 C
Bhubaneswar
Thursday, January 23, 2025
Homeକରୋନାଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ୨କୋଟି ଟପିଲା

ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ୨କୋଟି ଟପିଲା

ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ୨କୋଟି ଟପିଲା
ନୂଆଦିଲ୍ଲୀ : ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ୧୭୮ କୋଟି ୪୦ ଲକ୍ଷ ୮୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି । ଆଜି ସୁଦ୍ଧା ୨୧ ଲକ୍ଷ ୪୫ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି । ୯୬ କୋଟି ୬୮ ଲକ୍ଷ ୧୦ ହଜାରରୁ ଅଧିକ ୮୯ ପ୍ରଥମ ପାନ ଏବଂ ୭୯ କୋଟି ୭୯ ଲକ୍ଷ ୯୭ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି । ଦୁଇ କୋଟିରୁ ଅଧିକ ପ୍ରତିଷେଧାତ୍ମକ ପାନ(ବୁଷ୍ଟର ଡୋଜ) ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏଥିପାଇଁ ପ୍ରତିଷେଧାତ୍ମକ ପାନ ନେଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯେଉଁମାନେ ଏହି ଟିକା ନେବା ପାଇଁ ଯୋଗ୍ୟ, ସେମାନେ ଶୀଘ୍ର ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶରେ ୯୭ ପ୍ରତିଶତ ଲୋକଙ୍କୁ ପ୍ରଥମ ପାନ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଟ୍ୱିଟ୍ କରି ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ୧୦୦ ପ୍ରତିଶତ ଲୋକଙ୍କୁ ପ୍ରଥମ ପାନ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ଦେଶ ଆଗେଇ ଚାଲିଛି । ଖୁବ୍ ଶୀଘ୍ର ଦେଶ ଏହି ଲକ୍ଷ୍ୟ ହାସଲ କରିବ ବୋଲି ସେ କହିଛନ୍ତି । ସବକା ପ୍ରୟାସ ମାଧ୍ୟମରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି । ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୧୩ ଲକ୍ଷ ୪୯ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି । ସେଥିମଧ୍ୟରୁ ୩ କୋଟି ୨୮ ଲକ୍ଷ ୧୪ ହଜାରରୁ ଅଧିକ ପ୍ରଥମ ପାନ ଏବଂ ୨ କୋଟି ୭୭ ଲକ୍ଷ ୨୦ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking