28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ‘ଅଲ୍‌-ବଦର୍‌’ ସହ ସମ୍ପୃକ୍ତ ଥିବା ୨ଜଣ ସ୍ଥାନୀୟ ଆତଙ୍କବାଦୀ ଆଜି ବଡ଼ି ସକା‌ଳୁ କୁଲ୍‌ଗାମ୍‌ ଜିଲ୍ଲାରେ ନିରାପତ୍ତା ବଳଙ୍କଦ୍ବାରା ନିହତ ହୋଇଛନ୍ତି।ଏହା ହେଉଛି ଜାନୁଆରି ୨୦୨୨ ଜାନୁଆରିର ୭ମ ଏନ୍‌କାଉଣ୍ଟର୍‌ ଏବଂ ଏଯାବତ୍‌ ନିରାପତ୍ତା ବଳ ପ୍ରାୟ ୧୩ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି।ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ହସନ୍‌ପଡ଼ା ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଗୁଳି ବିନିମୟ ଚାଲିଥିବା ସୁନିଶ୍ଚିତ କରି ରବିବାର ଦିନ ଜଣେ ପୁଲିସ ଅଧିକାରୀ କହିଥିଲେ, କୁଲ୍‌ଗାମ୍‌ର ହସନ୍‌ପଡ଼ା ଗ୍ରାମରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି।

ପୁଲିସ ଓ ନିରାପତ୍ତା ବଳ ଆତଙ୍କବାଦୀମାନଙ୍କୁ ମୁକାବିଲା କରୁଛନ୍ତି। ୨ଜଣ ଆତଙ୍କବାଦୀ ଫସି ରହିଥିବା ଅନୁମାନ କରାଯାଉଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ହସନ୍‌ପଡ଼ାରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅପରେସନ୍‌ ଆରମ୍ଭ କରିଥିଲେ। ସନ୍ଦିଗ୍ଧ ସ୍ଥାନକୁ କର୍ଡନ୍‌ କରାଯିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ତଲାସକାରୀ ଦଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟ୍‌ର ସୂତ୍ରପାତ ହୋଇଥିଲା।

ପୂର୍ବରୁ ସଂଗଠିତ ୬ଟି ଏନ୍‌କାଉଣ୍ଟର୍‌ରେ ନିରାପତ୍ତା ବଳ ୧୧ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସମର୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ଥିଲେ ପାକିସ୍ତାନୀ ନାଗରିକ। ନିହତ ଆତଙ୍କବାଦୀମାନଙ୍କ ଠାରୁ ଆମେରିକା ନିର୍ମିତ ୨ଟି ଏମ୍‌୪ ରାଇଫଲ୍‌, ୨ଟି ଏକେ ୫୬ ଏବଂ ୨ଟି ଏକେ ୪୭ ରାଇଫଲ୍‌ ସମେତ ନିରାପତ୍ତା ବଳ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଉଦ୍ଧାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking