24.1 C
Bhubaneswar
Tuesday, July 15, 2025
Homeଅପରାଧଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଯାଜପୁରରୁ ଆଉ ୨ ଅଭିଯୁକ୍ତ ଗିରଫ

ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଯାଜପୁରରୁ ଆଉ ୨ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମୃତ ଅଧ୍ୟାପିକାଙ୍କ ସମ୍ପର୍କୀୟା ଭାଉଜ ମିନିମୟୀ ସାହୁ ଓ ତାଙ୍କ ଭଉଣୀ ଶୈଳବାଳା ସାହୁ।
ସୂଚନା ଅନୁଯାୟୀ, ଅଧ୍ୟାପିକାଙ୍କୁ ଦୁଷ୍କର୍ମ ପରେ ତାଙ୍କର ସଂପର୍କୀୟା ଭାଉଜ ମିନିମୟୀ ଧମକଚମକ ଦେବା ସହିତ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ପୀଡ଼ିତାଙ୍କୁ ମାନସିକ ନିର‌୍ୟାତନା ଦେବା ସହିତ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଧ୍ୟାପିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ମୟୂରଭଞ୍ଜ ଏସ୍‌ପି ସ୍ମିତ୍ ପି.ପରମାରଙ୍କ ନେତୃତ୍ବରେ ଟାଉନ ଥାନାର ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଯାଜପୁରରୁ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ରାଇରଙ୍ଗପୁର ଉଭୟ ଅଭିଯୁକ୍ତଙ୍କୁ ଶନିବାର ରାଇରଙ୍ଗପୁର ଏସ୍‌ଡିଜେଏମ୍ କୋର୍ଟଚାଲାଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking