ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

ସମ୍ୱଲପୁର : ସମ୍ୱଲପୁର-ରେଢାଖୋଲର ୫୫ ନମ୍ୱର ଜାତୀୟ ରାଜପଥ ଯୁଜୁମୁରାଠାରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏଥିରେ ୨ ଜଣ  ପ୍ରାଣ ହରାଇଛନ୍ତି । ମୃତକଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ସେମାନେ ଗାଡ଼ିର ଡ୍ରାଇଭର ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିବା ବେଳେ ଡ୍ରାଇଭର ଦ୍ୱୟ ତା’ ଭିତରୁ ବାହାରି ନ ପାରି ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାସ୍ଥଲରେ ପୁଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି ।